କନକ ବ୍ୟୁରୋ: ଇନକମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରକୁ ନେଇ ବଡ଼ ଘୋଷଣା କରିଛନ୍ତି । ଯେଉଁଥିରେ ୧୨ ଲକ୍ଷ ଆୟ ପର୍ୟ୍ୟନ୍ତ ଟ୍ୟାକ୍ସ ଛାଡ କରିଛନ୍ତି ମୋଦୀ ସରକାର । ଏହାସହ ୧୨ରୁ ୧୬ ଲକ୍ଷ ଆୟ ପର୍ୟ୍ୟନ୍ତ ୧୫ ପ୍ରତିଶତ ଟ୍ୟାକ୍ସ, ୨୦ରୁ ୨୪ ଲକ୍ଷ ଆୟ ପର୍ୟ୍ୟନ୍ତ ୨୫ ପ୍ରତିଶତ ଟ୍ୟାକ୍ସ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

Advertisment

ଅର୍ଥମନ୍ତ୍ରୀଙ୍କ ସୂଚନା ମୁତାବକ, ବାର୍ଷିକ ୧୨ ଲକ୍ଷ ଆୟ ପର୍ୟ୍ୟନ୍ତ ଲୋକଙ୍କୁ କୌଣସି ଇନକମ୍ ଟ୍ୟାକ୍ସ ଦେବାକୁ ପଡିବନି । ନୂଆ ଟ୍ୟାକ୍ସ ସ୍ଲାବ୍ ବ୍ୟବସ୍ଥା ଅନୁସାରେ ଏହି ଘୋଷଣା କରାଯାଇଛି । ତେବେ ଏହା ପୂର୍ବରୁ ୭ ଲକ୍ଷ ଆୟ ପର୍ୟ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡୁନଥିଲା, ଯାହାକୁ ଏବେ ବୃଦ୍ଧି କରି ୧୨ ଲକ୍ଷ କରିଛନ୍ତି ମୋଦୀ ସରକାର । ତେବେ ୨୪ ଲକ୍ଷରୁ ଅଧିକ ଆୟ ଉପରେ ଏବେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଏହାସହ ୧୫ରୁ ୨୦ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଦେବାକୁ ପଡିବ । 

  • 0-4 lakh - NIL or zero
  • 4-8 lakh - 5%
  • 8-12 lakh -10%
  • 12-16 lakh - 15%
  • 16-20 lakh - 20%
  • 20-25 lakh: 25%
  • Above 25 lakh- 30% 
INCOME TAX
INCOME TAX Photograph: (KanakNews )