କନକ ବ୍ୟୁରୋ: ହ୍ୟୁମାନ ମେଟାନ୍ୟୁମୋ ଭାଇରସ ବା- HMPVକୁ ନେଇ ଆତଙ୍କ ଖେଳିଯାଇଛି। କାରଣ ବେଙ୍ଗାଳୁରୁ ପରେ ଅହମ୍ମଦାବାଦରେ ଚିହ୍ନଟ ହୋଇଛନ୍ତି ସଂକ୍ରମିତ। ପ୍ରଥମେ କର୍ଣ୍ଣାଟକର ବେଙ୍ଗାଳୁରୁରେ ଏକ ୮ ମାସର ପୁଅ ଓ ୩ ମାସର ଝିଅଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ଗୁଜରାଟ ଅହମ୍ମଦାବାଦରେ ମଧ୍ୟ ୨ ମାସର ଶୁଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
ତେବେ କରୋନା ପରି ଚୀନରେ ଏହି ଭୂତାଣୁ ବ୍ୟାପୁଥିବାବେଳେ, ଭାରତରେ ସଂକ୍ରମିତ ଚିହ୍ନଟ ହେବାରୁ ଭୟ ବଢ଼ିଛି। କିନ୍ତୁ ଆଦୌ ଭୟଭିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ବିଶ୍ୱରେ କିମ୍ୱା ଦେଶରେ HMP ଭୂତାଣୁ ନୂଆ ନୁହେଁ ବୋଲି କୁହାଯାଇଛି। ICMR ଏଭଳି ସଂକ୍ରମଣ ଉପରେ ସତର୍କ ନଜର ରଖିଛି। ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ କୌଣସି ଅସ୍ୱଭାବିକ ବୃଦ୍ଧି ହୋଇନଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚିନ୍ତାର ବିଷୟ ହେଉଛି ଯେ, HMP ଭୂତାଣୁ ବୟସ୍କ ଓ ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରୁଛି।
HMPVର ଲକ୍ଷଣ
- ୫ ବର୍ଷରୁ କମ୍ ପିଲା ଓ ୬୫ ବର୍ଷରୁ ଅଧିକ ବୟସ୍କ ସଂକ୍ରମିତ ହେବା ଆଶଙ୍କା
- ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ସଂକ୍ରମଣ ଆଶଙ୍କା ଅଧିକ
- ସାଧାରଣ ଫ୍ଲୁ’ ଭଳି ଲକ୍ଷଣ ଦେଖା ଦେଇପାରେ
- କଫ, ନାକ ବନ୍ଦ ଓ ଜ୍ୱର ଭଳି ଲକ୍ଷଣ ଦେଖା ଦେଇଥାଏ
- ସଂକ୍ରମିତଙ୍କଠାରେ ଶ୍ୱାସକ୍ରିୟାରେ ସମସ୍ୟା ହୋଇପାରେ
- ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଲେ ବ୍ରୋଙ୍କାଇଟିସି ଓ ନିମୋନିଆ ହୋଇପାରେ
କର୍ଣ୍ଣାଟକ ଓ ଗୁଜରାଟରେ ସଂକ୍ରମିତ ଚିହ୍ନଟ ହେବାପରେ ମାର୍ଗଦର୍ଶିକା ଜାରି କରିଯାଇଛି। ତେବେ ଦିଲ୍ଲୀରେ ମଧ୍ୟ ହସ୍ପିଟାଲଗୁଡ଼ିକୁ ଆଲର୍ଟରେ ରଖାଯାଇଛି। କରୋନା ଭଳି ଏହି ଭୂତାଣୁ କାଶ ଓ ଛିଙ୍କରେ ଥିବା ଡ୍ରପଲେଟ୍ସରୁ ବ୍ୟାପୁଥିବାରୁ କାଶିବା ଓ ଛିଙ୍କିବା ସମୟରେ ମହଁକୁ କପଡ଼ାରେ ଢାଙ୍କିବାକୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ବ୍ୟକ୍ତି ସୁସ୍ଥ ଲୋକଙ୍କଠାରୁ ନିଜକୁ ଦୂରେଇ ରଖିବାକୁ କୁହାଯାଇଛି। ଭୟଭୀତ ନହୋଇ ସଚେତନ ରହିବାକୁ ଜାରି ହୋଇଛି ମାର୍ଗଦର୍ଶିକା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/01/06/3Qsg9ub41h3qlCNZSljP.jpg)