୬ ପୁଲିସ ଷ୍ଟେସନରୁ ମିଳିଳାନି ସାହାଯ୍ୟ: ୮ଘଣ୍ଟା ଖାଲରେ ପଡ଼ି ବାଇକ ଚାଳକଙ୍କ ଜୀବନ ଗଲା

Advertisment

ଜଣେ ୨୫ ବର୍ଷୀୟ ବାଇକ ଚାଳକ ଘରକୁ ଫେରୁଥିବା ସମୟରେ ଏକ ଖୋଲା ଖାଲରେ ପଡ଼ି ମୃତ୍ୟୁବରଣ କରିଥିବା ଅଭିଯୋଗ । ପରିବାର କହିଛନ୍ତି, ସେମାନେ ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି କରିଥିଲେ । ଛଅ ପୁଲିସ ଷ୍ଟେସନକୁ ଯାଇ ସହାୟତା ଲୋଡ଼ିଥିଲେ। କିନ୍ତୁ ସହାୟତା ମିଳିନଥିଲା ।

ଜଣେ ୨୫ ବର୍ଷୀୟ ବାଇକ ଚାଳକ ଘରକୁ ଫେରୁଥିବା ସମୟରେ ଏକ ଖୋଲା ଖାଲରେ ପଡ଼ି ମୃତ୍ୟୁବରଣ କରିଥିବା ଅଭିଯୋଗ । ପରିବାର କହିଛନ୍ତି, ସେମାନେ ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି କରିଥିଲେ । ଛଅ ପୁଲିସ ଷ୍ଟେସନକୁ ଯାଇ ସହାୟତା ଲୋଡ଼ିଥିଲେ। କିନ୍ତୁ ସହାୟତା ମିଳିନଥିଲା ।

Biker dies

Biker dies Photograph: (Google)

କନକ ବ୍ୟୁରୋ:  ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଗୁରୁବାର ରାତିରେ ଜଣେ ୨୫ ବର୍ଷୀୟ ବାଇକ ଚାଳକ ଘରକୁ ଫେରୁଥିବା ସମୟରେ ଏକ ଖୋଲା ଖାଲରେ ପଡ଼ି ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ପରିବାର କହିଛନ୍ତି, ସେମାନେ ଅନ୍ଧାରରେ ଘଣ୍ଟା ଘଣ୍ଟା ଧରି ଖୋଜାଖୋଜି କରିଥିଲେ । ଏହା ସହିତ ଛଅ ପୁଲିସ ଷ୍ଟେସନକୁ ଯାଇ ସହାୟତା ଲୋଡ଼ିଥିଲେ । କିନ୍ତୁ ସହାୟତା ମିଳିନଥିଲା । ଶେଷରେ ସେମାନେ ପୁଅର ମୃତ୍ୟୁ ଖବର ପାଇଥିଲେ। କମଲ ଧ୍ୟାନୀଙ୍କ ମୋଟରସାଇକେଲ ଦିଲ୍ଲୀ ଜଳ ବୋର୍ଡ ଦ୍ବାରା ଖୋଳା ଯାଇଥିବା ୪.୫ ମିଟର ଗଭୀର ଖାଲରେ ଖସି ପଡ଼ିଛି ବୋଲି ସବ୍-କଣ୍ଟ୍ରାକ୍ଟର ରାଜେଶ କୁମାର ପ୍ରଜାପତି ଜାଣିଥିଲେ। ତାଙ୍କୁ ମିଶାଇ ମୋଟ ପାଞ୍ଚ ଜଣଙ୍କୁ ଏସମ୍ପର୍କରେ ଜଣାଥିଲା। କିନ୍ତୁ ସେମାନେ ଏହି ସୂଚନା ପୁଲିସ ଠାରୁ ଲୁଚାଇ ରଖିଥିଲେ । ଏନେଇ ୪୭ ବର୍ଷ ବୟସ୍କ ସବ୍-କଣ୍ଟ୍ରାକ୍ଟର ରାଜେଶ କୁମାର ପ୍ରଜାପତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ କଲ୍ ସେଣ୍ଟରରେ କାମ କରୁଥିଲେ
ପରିବାର ସଦସ୍ୟଙ୍କ ଅନୁଯାୟୀ, କମଲ ରୋହିଣୀ ସେକ୍ଟର ୧୦ରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ କଲ୍ ସେଣ୍ଟରରେ କାମ କରୁଥିଲେ। ସେ ବୁଧବାର ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ସେ ତାଙ୍କ ଯମଜ ଭାଇ କରଣଙ୍କୁ ଜଣାଇଥିଲେ, ସେ ୧୦ ମିନିଟ୍ ମଧ୍ୟରେ ଘରେ ପହଞ୍ଚିବେ। ପରିବାର ଅଭିଯୋଗ କରିଛନ୍ତି, ତାଙ୍କ ଶେଷ କଲ୍ ସମ୍ପର୍କରେ ସୂଚନା ଦେବା ପରେ ମଧ୍ୟ ତାଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। ପରିବାର ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ତାଙ୍କ ଫୋନ୍ ବନ୍ଦ ଥିବା ଜଣାପଡ଼ିଥିଲା। ତାଙ୍କୁ ଖୋଜାଖୋଜି କରିବାକୁ ପରିବାର ଲୋକ ବିଭିନ୍ନ ପୁଲିସ ଷ୍ଟେସନକୁ ଯାଇଥିଲେ।

୮ ଘଣ୍ଟା ଖାଲରେ ପଡ଼ି ଜୀବନ ଗଲା
ପୁଲିସ ତାଙ୍କ ଶେଷ ସ୍ଥାନର ବିବରଣୀ ପରିବାର ସହିତ ସେୟାର କରି ମଧ୍ୟ ତାଙ୍କୁ ପାଇପାରି ନଥିଲେ। ସେ ୮ ଘଣ୍ଟା ଖାଲରେ ପଡ଼ି ରହିଥିଲେ । ଜନକପୁରୀରେ ଘଟଣାକୁ ଦୃଷ୍ଟିରେ ରଖି, ଏକ ସର୍କୁଲାର ଜାରି କରାଯାଇଛି। ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍, ଏସଡିଏମ୍ ଯୁଗ୍ମ ପୁଲିସ କମିସନର (ଟ୍ରାଫିକ୍), ଡେପୁଟି ପୁଲିସ କମିସନର, ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟ (ପିଡବ୍ଲୁଡି)ର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମିଳିତ ଭାବରେ ସ୍ଥାନଟି ଯାଞ୍ଚ କରିବେ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି କରିବେ ବୋଲି ଦିଲ୍ଲୀ ସରକାର ଏକ ବିବୃତିରେ କହିଛନ୍ତି । 

ଅଧିକ ପଢନ୍ତୁ: ଝୁଲି ପଡ଼ିଲେ ୪ ପର୍ଯ୍ୟଟକ ; ଧର୍ମଶାଳାରୁ ଉଦ୍ଧାର ହେଲା ମୃତଦେହ

ହତ୍ୟା ନେଇ ସନ୍ଦେହ ଉଠିଲା
ତାଙ୍କ ବନ୍ଧୁ କହିଛନ୍ତି । ଆମେ ସକାଳ ୭ଟାରେ ଘରକୁ ଫେରିବା ପରେ, କମଲର ଫୋନ୍‌ରୁ ଆମେ ଏକ ଫୋନ୍ ପାଇଲୁ, ଏବଂ ପୁଲିସ ଆମକୁ ଜଣାଇଲା ଯେ ସେ ଖାଲରେ ପଡ଼ିଛି । ରାତିରେ ପୁଲିସ କାହିଁକି ଫୋନ୍ ଖୋଜି ପାରିଲା ନାହିଁ? ଆମେ ସନ୍ଦେହ କରୁଛୁ ଯେ ତାଙ୍କୁ ହତ୍ୟା କରାଯାଇଛି । ଦିଲ୍ଲୀ ନଗର ଉନ୍ନୟନ ମନ୍ତ୍ରୀ ଆଶିଷ ସୁଦ, ଯିଏକି ଜନକପୁରୀ ବିଧାୟକ, ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି ଯେ, କାମ ଚାଲିଥିବା ରାସ୍ତାକୁ ବ୍ୟାରିକେଡ୍ ଏବଂ ସବୁଜ ଜାଲି ବ୍ୟବହାର କରି ବନ୍ଦ କରାଯାଇଥିଲା ଏବଂ ଦୁର୍ଘଟଣା ସ୍ଥଳରେ ଥିବା ଗାତକୁ ମଧ୍ୟ ସବୁଜ ଜାଲି ସାହାଯ୍ୟରେ ବନ୍ଧା ଯାଇଥିଲା । ଘଟଣାର ପରିସ୍ଥିତି ଯାଞ୍ଚ କରିବା ଏବଂ ନିର୍ଦ୍ଧାରିତ ସାର୍ବଜନୀନ ସୁରକ୍ଷା ମାନଦଣ୍ଡର ଅନୁପାଳନର ମୂଲ୍ୟାଙ୍କନ କରିବା ପାଇଁ ଏକ କମିଟି ଗଠନ କରାଯାଇଛି ।

ମୃତ୍ୟୁ ନେଇ ରାଜନୀତି ଆରମ୍ଭ
ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ଦିଲ୍ଲୀ ସରକାରଙ୍କୁ କଟାକ୍ଷ କରି, ଆପ ନେତା ଏବଂ ପୂର୍ବତନ ବିଧାୟକ ସୌରଭ ଭରଦ୍ୱାଜ X ରେ ଲେଖିଛନ୍ତି, ଆଚମ୍ବିତ କଥା। ଜଣେ ବାଇକ୍ ଚାଳକ ରାସ୍ତାରେ ଏକ ଗଭୀର ଖାଲରେ ପଡ଼ିଗଲେ, ଫସିଗଲେ, ସାରା ରାତି ସେଠାରେ ପଡ଼ି ରହିଲେ ଏବଂ ମୃତ୍ୟୁବରଣ କଲେ। ଦିଲ୍ଲୀର ବିଜେପି ସରକାର ନୋଏଡା ଘଟଣାରୁ କଣ କିଛି ଶିଖି ନାହାନ୍ତି ।

ମୃତ୍ୟୁ ପରେ ପ୍ରତିଶ୍ରୁତି
ଦିଲ୍ଲୀ ନଗର ଉନ୍ନୟନ ମନ୍ତ୍ରୀ ଆଶିଷ ସୁଦ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ସୁରକ୍ଷା ତ୍ରୁଟି ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେ ଏହି ଘଟଣାର ତଦନ୍ତ କରିବୁ ବୋଲି ଡେପୁଟି ପୁଲିସ କମିସନର (ପଶ୍ଚିମ) ଶରଦ ଭାସ୍କର କହିଛନ୍ତି। ଦିଲ୍ଲୀ ଜଳ ବୋର୍ଡ ମଧ୍ୟ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛି ଏବଂ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଥିବା କହିଛି ।
ସୂଚନାଯୋଗ୍ୟ, ଜାନୁଆରି ୧୬ ତାରିଖରେ ନୋଏଡାର ସେକ୍ଟର ୧୫୦ରେ ଯୁବରାଜ ମେହେଟା ନାମକ ଜଣେ ୨୭ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟରଙ୍କ କାର ଏକ ନିର୍ମାଣ ସ୍ଥାନ ପାଖରେ ଥିବା ପାଣି ଜମିଥିବା ଗାତରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହେବାର କିଛି ଦିନ ପରେ ଏହି ଘଟଣା ଘଟିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe