କନକ ବ୍ୟୁରୋ: କୋଲକାତା ଆର.ଜି କର ହସ୍ପିଟାଲ ଘଟଣା ପରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ତତ୍ପର ହୋଇ ଉଠିଛନ୍ତି ଓଡ଼ିଶା ସରକାର। ଡାକ୍ତର ଓ ଛାତ୍ରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ କେନ୍ଦ୍ର ଗାଇଡଲାଇନ ଆଣିବାର ମାତ୍ର କିଛି ଦିନ ପରେ, ବୁଧବାର ୩ ପୃଷ୍ଠାର ଗାଇଡଲାଇନ ଆଣିଛନ୍ତି ଓଡ଼ିଶା ସରକାର। ଡାକ୍ତରଙ୍କ ସୁରକ୍ଷା ଦାବିକୁ ଗ୍ରହଣ କରି ବିଭିନ୍ନ ନିୟମ ସହ ହସ୍ପିଟାଲକୁ ସୁରକ୍ଷାବଳୟ ଭିତରେ ରଖିବାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର।
ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସରକାର ଆଣିଥିବା କିଛି ନିର୍ଦ୍ଦିଷ୍ଟ ଗାଇଡଲାଇନ ଉପରେ ନଜର ପକାନ୍ତୁ…
- ଡାକ୍ତରଖାନାରେ ରୋଗୀଙ୍କୁ ଦେଖା କରିବା ପାଇଁ ପାସ୍ ଆବଶ୍ୟକ
- ସୁପରିଟେଣ୍ଡେଂଟ ଦେଇଥିବା ନିର୍ଦ୍ଧାରିତ ସମୟରେ ରୋଗୀଙ୍କୁ ଭେଟିବାକୁ ଅନୁମତି
- ରାତି ଡ୍ୟୁଟିରେ ଥିବା ମହିଳା ଡାକ୍ତର ଓ କର୍ମଚାରୀଙ୍କୁ ସୁରକ୍ଷିତ ଘରେ ଛଡାଯିବ
- ୨୪ ଘଣ୍ଟା ହସ୍ପିଟାଲ ପରିସରରେ ରହିବେ ମହିଳା ପୋଲିସ
- ହସ୍ପିଟାଲର ପ୍ରମୁଖ ସ୍ଥାନରେ ସିସିଟିଭି ବାଧ୍ୟତାମୂଳକ
- ସୁରକ୍ଷାକର୍ମୀଙ୍କ ପାଇଁ କଣ୍ଟ୍ରୋଲ ରୁମ୍ ରହିବ
- ସୁରକ୍ଷା ବ୍ୟବସ୍ଥାର ପ୍ରତିଦିନ ହେବ ଅଡିଟ୍
ସରକାର ଗାଇଡଲାଇନ ଆଣିଛନ୍ତି ସତ କିନ୍ତୁ ଏହାକୁ କେମିତି ପାଳନ କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଗାଇଡଲାଇନ ଅନୁଯାୟୀ ସରକାରୀ ହସ୍ପିଟାଲରେ ଏଯାଏଁ ଭିତ୍ତିଭୂମିର ବିକାଶ ହୋଇନି। ସରକାରୀ ହସ୍ପିଟାଲକୁ ହଜାର ହଜାର ରୋଗୀ ଆସୁଥିବା ବେଳେ ସୁରକ୍ଷା ବ୍ୟବସ୍ଥା ଆଦୌ ନାହିଁ କହିଲେ ଚଳେ। କେଉଁଠି ସିସିଟିଭି ଖରାପ ତ ପୁଣି କେଉଁଠି ବିଜୁଳି ନଥିବାରୁ ଟର୍ଚ୍ଚ ଲାଇଟରେ ଅପରେସନ ହେଉଛି…
ପୂର୍ବ ସରକାର ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ଡେଙ୍ଗୁରା ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ପୂରା ଭିନ୍ନ। ଏଭଳି ସ୍ଥିତିରେ ଦୋଷ ଛଡାଇବାକୁ ତରବରିଆ ଭାବେ ମୋହନ ସରକାର ଆଣିଛନ୍ତି ଗାଇଡଲାଇନ। ଆଗକୁ କେମିତି ଏ ଗାଇଡଲାଇନ ପାଳନ କରିବା କର୍ତୁପକ୍ଷଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)