ମା’ ୫ ମିନିଟ ଶୋଇବାକୁ ଦିଅ..  ନା’ ଜିମ୍ ନା’ ମେଡିସିନ୍ , ଅଧିକ ଶୁଅନ୍ତୁ ଶରୀରରେ ଦେଖାଦେବ ମ୍ୟାଜିକ୍

Advertisment

ପ୍ରତିଦିନ ମାତ୍ର ୫ ମିନିଟ୍ ଅଧିକ ଶୋଇବା ଏବଂ ଦିନକୁ ୨ ମିନିଟ୍ ଦ୍ରୁତ ଗତିରେ ଚାଲିବା ଦ୍ବାରା ଲୋକଙ୍କ ଜୀବନକାଳ ହାରାହାରି ଏକ ବର୍ଷ ବୃଦ୍ଧି ପାଇପାରେ । ଶୁଣିବାକୁ ଅବିଶ୍ୱସନୀୟ ମନେ ହେଉଥିଲେ ମଧ୍ୟ ଏହା ପଛରେ ରହିଛି ଏକ ଦୃଢ଼ ବୈଜ୍ଞାନିକ ପ୍ରମାଣ । 

ପ୍ରତିଦିନ ମାତ୍ର ୫ ମିନିଟ୍ ଅଧିକ ଶୋଇବା ଏବଂ ଦିନକୁ ୨ ମିନିଟ୍ ଦ୍ରୁତ ଗତିରେ ଚାଲିବା ଦ୍ବାରା ଲୋକଙ୍କ ଜୀବନକାଳ ହାରାହାରି ଏକ ବର୍ଷ ବୃଦ୍ଧି ପାଇପାରେ । ଶୁଣିବାକୁ ଅବିଶ୍ୱସନୀୟ ମନେ ହେଉଥିଲେ ମଧ୍ୟ ଏହା ପଛରେ ରହିଛି ଏକ ଦୃଢ଼ ବୈଜ୍ଞାନିକ ପ୍ରମାଣ । 

more 5 min Sleep

more 5 min Sleep Photograph: (KanakNews)

କନକ ବ୍ୟୁରୋ : ପ୍ରାୟତଃ ଅନେକ ଘରେ ସକାଳୁ ସକାଳୁ ମା’ମାନଙ୍କ ବିରକ୍ତ ହେବାର ଗୋଟିଏ କାରଣ ଥାଏ ଆମ ପିଲା ସଅଳ ଉଠୁନି । ରାଗିଲେ କହୁଛି ମା’ ଆଉ ୫ ମିନିଟ୍ । ଆପଣଙ୍କ ଘରେ ବି ସକାଳର ସିନ୍ କିଛି ଏମିତି ଥାଏ ନା ? ଯଦି ଆପଣ ବି ସକାଳୁ ଉଠିବାକୁ ନେଇ ମା’ଙ୍କ ଠାରୁ ଗାଳି ଖାଉଛନ୍ତି ତା’ହେଲେ ଏହି ରିପୋର୍ଟଟି ତାଙ୍କୁ ନିଶ୍ଚୟ ଦେଖାନ୍ତୁ ।  

ଆଗକୁ ପଢ଼ନ୍ତୁ : ଦୁର୍ବଳ କରାଉଛି ୱେଟ୍ ଲସ୍ ଇଞ୍ଜେକ୍ସନ୍ ! ମୋଟା ଲୋକ ପତଳା ହେଉଛନ୍ତି ସତ , ଭିତରୁ ତରଳୁଛି ମାଂସପେଶୀ

ଦୀର୍ଘ ଓ ସୁସ୍ଥ ଜୀବନ ପାଇଁ ସବୁବେଳେ ମହଙ୍ଗା ସପ୍ଲିମେଣ୍ଟ କିମ୍ବା ଜିମ୍ ଆବଶ୍ୟକ ହୁଏ ନାହିଁ ଛୋଟ ଛୋଟ ଦୈନନ୍ଦିନ ଅଭ୍ୟାସ ବି ସୁସ୍ଥ ରହିବା ପାଇଁ ଯଥେଷ୍ଟ ହୋଇଥାଏ । କିଛିବର୍ଷ ହେବ ଲୋକଙ୍କ ଜୀବନଶୈଳୀରେ ଘୋର ପରିବର୍ତ୍ତନ ଦେଖାଦେଇଛି । ଆଜିକାଲି ପ୍ରାୟତଃ ସମସ୍ତଙ୍କ ମୁହଁରେ ଗୋଟିଏ ଶବ୍ଦ ଆମ ପାଖରେ ଶୋଇବା ପାଇଁ ସମୟ ନାହିଁ । ଚାଲିବା କଥା ଚିନ୍ତା କରିବା ତ ଦୂରର କଥା । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି ଯେ ଦୈନନ୍ଦିନ ଜୀବନରେ ଏହି ଅଭ୍ୟାସଗୁଡ଼ିକ ଲୋକଙ୍କ ଜୀବନକାଳ ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ପ୍ରତିଦିନ ମାତ୍ର ୫ ମିନିଟ୍ ଅଧିକ ଶୋଇବା ଏବଂ ଦିନକୁ ୨ ମିନିଟ୍ ଦ୍ରୁତ ଗତିରେ ଚାଲିବା ଦ୍ବାରା ଲୋକଙ୍କ ଜୀବନକାଳ ହାରାହାରି ଏକ ବର୍ଷ ବୃଦ୍ଧି ପାଇପାରେ । ଶୁଣିବାକୁ ଅବିଶ୍ୱସନୀୟ ମନେ ହେଉଥିଲେ ମଧ୍ୟ ଏହା ପଛରେ ରହିଛି ଏକ ଦୃଢ଼ ବୈଜ୍ଞାନିକ ପ୍ରମାଣ । 

ଆଗକୁ ପଢ଼ନ୍ତୁ : ଛୁଆଙ୍କୁ ମୋଜା,ଟୋପି ପିନ୍ଧାଇ ଶୁଆଉଛନ୍ତି କି ? ରିପୋର୍ଟରୁ ହେଲା ସାଙ୍ଘାତିକ ଖୁଲାସା

ଅଧ୍ୟୟନରେ ହଜାର ହଜାର ଲୋକଙ୍କ ନିଦ, ଶାରୀରିକ କାର୍ଯ୍ୟକଳାପ ଏବଂ ସ୍ୱାସ୍ଥ୍ୟ ଉପରେ ତଥ୍ୟ ବିଶ୍ଳେଷଣ କରାଯାଇଛି । ଏଥିରୁ ଜଣାପଡ଼ିଛି ଯେ ଯେଉଁମାନେ ନିଜର ନିଦ ଅବଧିକୁ ସାମାନ୍ୟ ବୃଦ୍ଧି କରିବା ସହିତ ଦୈନନ୍ଦିନ ଜୀବନରେ କିଛି ମିନିଟ ଦ୍ରୁତ ଗତିରେ ଚାଲୁଛନ୍ତି ସେମାନଙ୍କୁ ହୃଦରୋଗ, ମଧୁମେହ ଏବଂ ଅକାଳ ମୃତ୍ୟୁର ଆଶଙ୍କା କମ୍ ରହୁଛି । ପ୍ରତିଦିନ ୫ ରୁ ୧୦ ମିନିଟ୍ ଅଧିକ ନିଦ୍ରା ଶରୀରକୁ ସୁସ୍ଥ ହେବାର ଏକ ଭଲ ସୁଯୋଗ ଦିଏ । ମାତ୍ର ୨ ମିନିଟ୍ ଦ୍ରୁତ ଗତିରେ ଚାଲିବା ଦ୍ବାରା ଶରୀର ମେଟାବୋଲିଜିମକୁ ସକ୍ରିୟ ହୁଏ । ଦ୍ରୁତ ଗତିରେ ଚାଲିବା ଅର୍ଥ ମାରାଥନ ଦୌଡ଼ିବା ନୁହେଁ । ଏହାର ଅର୍ଥ ସ୍ୱାଭାବିକ ଅପେକ୍ଷା ଟିକେ ଦ୍ରୁତ । ଯାହା ଦ୍ୱାରା ଆପଣଙ୍କ ନିଶ୍ୱାସ ପ୍ରଶ୍ୱାସ ସକ୍ରିୟ ହୋଇଥାଏ, ହୃଦସ୍ପନ୍ଦନ ସନ୍ତୁଳିତ ରହେ,ରକ୍ତ ସଞ୍ଚାଳନ ଉନ୍ନତ ହୁଏ, ଶରୀରରୁ କ୍ୟାଲୋରି ହ୍ରାସ ପାଇବା ସହିତ ମେଦବହୁଳତା ଏବଂ ରକ୍ତ ଶର୍କରା ନିୟନ୍ତ୍ରଣରେ ରୁହେ । ଏହି ଦୁଇଟିର ମିଳିତ ପ୍ରଭାବ ଦୀର୍ଘାୟୁ କରିବା ସହିତ ଶରୀରକୁ ସୁସ୍ଥ ରଖିଥାଏ ।

ଆମେ ପ୍ରାୟତଃ ଭାବୁ ଯେ ୫ ମିନିଟ୍ ଅଧିକ ଶୋଇଗଲେ ଅଧିକ ବା କ’ଣ ହୋଇଯିବ । କିନ୍ତୁ ଆପଣମାନେ ଜାଣି ରଖିବା ଉଚିତ ଯେ ନିଦ୍ରା କେବଳ ବିଶ୍ରାମ ନୁହେଁ । ଆମେ ଶୋଇଥିବା ସମୟରେ ଶରୀର ଭିତରେ ମରାମତିର ପ୍ରକ୍ରିୟା ଚାଲୁଥାଏ । ଯେତେବେଳେ ପ୍ରତିଦିନ ଟିକେ ଅଧିକ ଶୋଇବେ, ସେତେବେଳେ ଆପଣଙ୍କ ଶରୀର ନିଜକୁ ମରାମତି କରିବା ପାଇଁ ଅଧିକ ସମୟ ପାଇଥାଏ । ସାରା ଦିନର ଥକ୍କାପଣକୁ ଦୂର କରି ଆଭ୍ୟନ୍ତରକୁ ଫୁର୍ତ୍ତିଲା କରିଥାଏ ଏକ୍ସଟ୍ରା ନିଦ । ଯେଉଁ କାରଣରୁ ଏହାକୁ ମାଇକ୍ରୋ-ରିକୋଭରିର ନାମ ମଧ୍ୟ ଦିଆଯାଇଛି । ଏବେ ଯଦି କିଏ ଆପଣଙ୍କୁ ସଅଳ ଉଠାଇବାକୁ ଚେଷ୍ଟା କରିବେ ତା’ହେଲେ ନିଶ୍ଚୟ କୁହନ୍ତୁ ‘Just 5 Minutes More Please ।’
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe