ମିଳିଲାନି ସରକାରୀ ବିହନ ! ବନ୍ଦ ହେଲା ଚିନାବାଦାମ ଚାଷ

Advertisment

ସରକାରୀ ସ୍ତରରେ ଚାଷୀକୁ ଚିନାବାଦାମ ବିହନ ଯୋଗାଯାଉନି । ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଚିନାବାଦାମ ବିହନ କିଣି ଚାଷ କରୁଛି ଚାଷୀ । ଅନେକ ଜାଗାରେ ସମ୍ପୂର୍ଣ୍ଣ ବିଲ ପଡ଼ିଆ ପଡ଼ିଛି । 

ସରକାରୀ ସ୍ତରରେ ଚାଷୀକୁ ଚିନାବାଦାମ ବିହନ ଯୋଗାଯାଉନି । ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଚିନାବାଦାମ ବିହନ କିଣି ଚାଷ କରୁଛି ଚାଷୀ । ଅନେକ ଜାଗାରେ ସମ୍ପୂର୍ଣ୍ଣ ବିଲ ପଡ଼ିଆ ପଡ଼ିଛି । 

Fareming

Fareming Photograph: (kanak news)

କନକ ବ୍ୟୁରୋ : ସରକାର ଚାଷୀ ଓ ଚାଷର ଉନ୍ନତି ଲାଗି ବିଭିନ୍ନ ପ୍ରକାର ଯୋଜନା କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ହେଲେ ଚିନାବାଦାମ ଚାଷୀଙ୍କୁ ବୋଧେ ଭୁଲିଯାଇଛନ୍ତି ସରକାରୀ । ସରକାରୀ ସ୍ତରରେ ଚାଷୀକୁ ଚିନାବାଦାମ ବିହନ ଯୋଗାଯାଉନି । ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଚିନାବାଦାମ ବିହନ କିଣି ଚାଷ କରୁଛି ଚାଷୀ । ଅନେକ ଜାଗାରେ ସମ୍ପୂର୍ଣ୍ଣ ବିଲ ପଡ଼ିଆ ପଡ଼ିଛି । 

ନଦୀନାଳ ଘେରା ରାଜକନିକା ବ୍ଲକର ଅନେକ ହଜାର ହଜାର ଚାଷୀ ଚିନାବାଦାମ ଚାଷ ଉପରେ ନିର୍ଭରଶୀଳ । ଆଗରୁ ବ୍ଲକରେ ପାଖାପାଖି ୨ଶହ ରୁ ୩ଶହ ଏକର ଜମିରେ ଚିନାବାଦାମ ହେଉଥିଲା । ହେଲେ ଚଳିତ ବର୍ଷ ସେତେ ପରିମାଣର ଚାଷ ହୋଇନି । ଅନେକ ପଞ୍ଚାୟତରେ ଚାଷ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଏହାର କାରଣ ହେଉଛି ସରକାରୀ ଅବହେଳା । ନା ସରକାରଙ୍କ ତରଫରୁ ବିହନ ମିଳୁଛି ନା ଅନ୍ୟାନ୍ୟ ସହାୟତା । ବାହାରୁ ଚଢ଼ା ଦରରେ ବିହନ କିଣି ଚାଷୀ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ଆସିଛି । 

ଅଧିକ ପଢ଼ନ୍ତୁ--ଚିନାବାଦାମ ଚାଷୀଙ୍କୁ ଠକିଦେଲେ ସରକାର, ମିଳିଲାନି ସରକାରୀ ବିହନ, ଫାଇଦା ନେଉଛନ୍ତି ଘରୋଇ ବ୍ୟବସାୟୀ

ଯେଉଁ ସମୟରେ କ୍ଷେତ ସବୁଜ ଦେଖାଯିବା କଥା ସେ ସମୟରେ ବିଲ ପଡ଼ିଆ ପଡ଼ିଛି । କୃଷି ବିଭାଗ ଅଧିକାରୀ କହୁଛନ୍ତି, ଚିନାବାଦାମ ବିହନ ଆସୁନି । ଚାଷୀ କହୁଛନ୍ତି ସରକାର କେବଳ କାଗଜ କଲମରେ ଚାଷୀର ଉନ୍ନତୀକରଣ କରୁଛନ୍ତି । ରାଜକନିକା ବ୍ଲକର ଅନେକ ଚାଷୀ ଚିନାବାଦାମ ଚାଷ କରି ନିଜ ପରିବାର ପେଟ ପୋଷନ୍ତି । ହେଲେ କୃଷି ବିଭାଗର ଉଦାସୀନତା ପାଇଁ ଚାଷୀ ଚିନାବାଦାମ ଚାଷରୁ ମୁହଁ ଫେରାଇବାରେ ଲାଗିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe