କନକ ବ୍ୟୁରୋ : ଆଜି, ଅର୍ଥାତ୍ ୧ ଜୁଲାଇ, ୨୦୨୫ ଠାରୁ, ପୁରୁଣା ଯାନ ବ୍ୟବହାରକୁ ରୋକିବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ଉପରେ ସବୁଠାରୁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ହୋଇସାରିଛି ସେଗୁଡ଼ିକ ଆଉ ରାସ୍ତାରେ ଗଡ଼ିବ ନାହିଁ । ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଗୁଡ଼ିକ ଉପରେ ଚାଲାଣ ମଧ୍ୟ କାଟିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । 

Advertisment

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୧୫ବର୍ଷ ପୁରୁଣା ପେଟ୍ରୋଲ୍ ଗାଡ଼ି ଏବଂ ୧୦ବର୍ଷ ପୁରୁଣା ଡିଜେଲ୍ ଗିଡ଼ିଗୁଡିକୁ ଆଜିଠୁ ପେଟ୍ରୋଲ୍ ମିଳିବ ନାହିଁ । ଅର୍ଥାତ୍ ଆପଣ ପୁରୁଣା ଗାଡ଼ିକୁ ନେଇ ପେଟ୍ରୋଲ ପମ୍ପ ଗଲେ ବି ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବ ନାହିଁ । ଆଉ ଧରାପଡ଼ିଲେ ୪ଚକିଆ ଯାନ ପାଇଁ ୧୦,୦୦୦ ଟଙ୍କା ଏବଂ ୨ଚକିଆ ଯାନ ପାଇଁ ୫ହଜାର ଟଙ୍କା ଚାଲାଣ ବି କାଟିବାର ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଏହି ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ, ପରିବହନ ବିଭାଗ, ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଏବଂ ଦିଲ୍ଲୀ ପୁଲିସ ସମେତ ଅନ୍ୟାନ୍ୟ ପ୍ରବର୍ତ୍ତନ ସଂସ୍ଥାର ଟିମ୍ ଉପସ୍ଥିତ ରହିବେ। 

ନୂଆ ନିୟମ କ’ଣ?
ପ୍ରଥମେ ଜାଣନ୍ତୁ ନୂତନ ନିୟମ କ’ଣ । ନିକଟରେ, ବାୟୁ ଗୁଣବତ୍ତା ପରିଚାଳନା କମିଶନ ସ୍ପଷ୍ଟ କରିଥିଲେ, ୧ ଜୁଲାଇ, ୨୦୨୫ ରୁ ଦିଲ୍ଲୀରେ ଯେଉଁ ପୁରୁଣା ଯାନଗୁଡ଼ିକ ସେମାନଙ୍କର ନିର୍ଦ୍ଧାରିତ ବୟସ ସୀମା ପୂରଣ କରିଛନ୍ତି ସେମାନଙ୍କୁ ପେଟ୍ରୋଲ ପମ୍ପରେ ପେଟ୍ରୋଲ-ଡିଜେଲ ଯୋଗାଇ ଦିଆଯିବ ନାହିଁ । ନିୟମ ଅନୁଯାୟୀ, ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନଗୁଡ଼ିକୁ ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ବର୍ଗରେ ରଖାଯାଇଛି । ଏହି ନୂତନ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ, ଦିଲ୍ଲୀର ସମସ୍ତ ପେଟ୍ରୋଲ ପମ୍ପରେ ସ୍ୱୟଂଚାଳିତ ନମ୍ବର ପ୍ଲେଟ୍ ଚିହ୍ନଟ ସିଷ୍ଟମ ରହିଛି, ଯାହା ସାହାଯ୍ୟରେ ଏପରି ପୁରୁଣା ଯାନଗୁଡ଼ିକୁ ଚିହ୍ନଟ କରାଯିବ ।

ଏହି ସିଷ୍ଟମ କିପରି କାମ କରିବ?
ଅଟୋମେଟିକ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍ ସିଷ୍ଟମରେ ଉଚ୍ଚମାନର କ୍ୟାମେରା ବ୍ୟବହାର କରାଯାଇଛି । ଯାହା ପେଟ୍ରୋଲ ପମ୍ପକୁ ଆସୁଥିବା ସମସ୍ତ ଗାଡ଼ିର ନମ୍ବର ପ୍ଲେଟରୁ ସେମାନଙ୍କର ତଥ୍ୟ ହାସଲ କରିବ । ଯଦି ସେହି ଗାଡ଼ି ଏଣ୍ଡ-ଅଫ୍-ଲାଇଫ୍ ବର୍ଗରେ ଆସୁଥିବ, ତେବେ ପେଟ୍ରୋଲ ପମ୍ପରେ ହିଁ ଗାଡ଼ିକୁ ଜବତ କରାଯିବ । 

ସିଏନଜି ଯାନବାହନକୁ ଆଶ୍ୱସ୍ତି
ଆରମ୍ଭରୁ ସରକାର ନିଷ୍ପତ୍ତି ନେଇଥିଲେ, ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଚାଳିତ ପୁରୁଣା ଯାନଗୁଡ଼ିକୁ ନିଷିଦ୍ଧ କରାଯିବ, କିନ୍ତୁ ବର୍ତ୍ତମାନ ପାଇଁ, ୧୫ ବର୍ଷରୁ ପୁରୁଣା ସିଏନଜି ଯାନଗୁଡ଼ିକୁ ଆଶ୍ୱସ୍ତି ଦିଆଯାଇଛି । ଦିଲ୍ଲୀର ପରିବହନ କମିଶନର