କନକ ବ୍ୟୁରୋ: ରାଜ୍ୟର କେତେଜଣ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ ହୋଇଛି, କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ପ୍ରଶାନ୍ତ ବେହେରା । ଉତ୍ତରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଲିଖିତ ଉତ୍ତର ରଖିଥିଲେ ।
କୌଣସି ପଞ୍ଚାୟତରୁ ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ତାଙ୍କୁ କ୍ଷମା ନାହିଁ ବୋଲି ଲିଖିତ ଉତ୍ତର ରଖିଥିଲେ ମନ୍ତ୍ରୀ ରବି ନାୟକ । ସେ ଆହୁରି ମଧ୍ୟ କହିଛନ୍ତି, କୌଣସି ସରପଞ୍ଚଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲେ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪, ଧାରା ୧୧୫ ଅନୁସାରେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଏହାସହ ଉକ୍ତ ସରପଞ୍ଚଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରାଯିବାର ବ୍ୟବସ୍ଥା ରହିଛି । ଏହି ଆଧାରରେ ଗତ ୫ ବର୍ଷରେ ୮୧ ଜଣ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।