ମୃତ୍ୟୁର ଯନ୍ତା ମୁକୁଳା ଡ୍ରେନ୍‌ ! ୨୦୦୯ରୁ ଅଧାରେ କାମ, ଡ୍ରେନ୍‌ ଉପରେ ନାହିଁ ସ୍ଲାବ୍‌

ପୁରୀ ଜିଲ୍ଲା କୋଣାର୍କ ଏନ୍‌ଏସିରେ ଚିନ୍ତା ବଢ଼ାଉଛି ମୁକୁଳା ଡ୍ରେନ୍‌ । ଦିନେ କି ମାସ ନୁହଁ, ୨୦୦୯ରୁ ପୁରୀ-ନିମାପଡ଼ା ଡ୍ରେନେଜ୍‌ ବିଭାଗ ଡ୍ରେନ୍‌ କାମ ଅଧା କରି ଛାଡ଼ିଦେଇଛି । 

Konark Drain

କନକ ବ୍ୟୁରୋ: କୋଣାର୍କ ଏନ୍‌ଏସିରେ ୨୦୦୯ରୁ ମୁକୁଳା ପଡିଛି ଡ୍ରେନ । ଯେଉଁଥିପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ହେଲେ ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କାହାର ଚିନ୍ତା ନାହିଁ । ଆଉ ଏନ୍‌ଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ କହୁଛନ୍ତି ଯନ୍ତ୍ରୀ ନଥିବାରୁ କାମ ଆରମ୍ଭ ହୋଇପାରୁନି । ଯାହା ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି ।  

ପୁରୀ ଜିଲ୍ଲା କୋଣାର୍କ ଏନ୍‌ଏସିରେ ଚିନ୍ତା ବଢ଼ାଉଛି ମୁକୁଳା ଡ୍ରେନ୍‌ । ଦିନେ କି ମାସ ନୁହଁ, ୨୦୦୯ରୁ ପୁରୀ-ନିମାପଡ଼ା ଡ୍ରେନେଜ୍‌ ବିଭାଗ ଡ୍ରେନ୍‌ କାମ ଅଧା କରି ଛାଡ଼ିଦେଇଛି । ଡ୍ରେନ୍‌ ଉପରେ ସ୍ଲାବ୍‌  ନଥିବାରୁ ବିଭିନ୍ନ ସମୟରେ ଗାଈଗୋରୁ ଓ ଲୋକ ପଡ଼ି ମୃତାହତ ହେଉଥିବା ଅଭିଯୋଗ ହୋଇଛି ।   

କୋଣାର୍କ ଥାନା ଛକଠୁ ଜୁଣେଇ ବଳିଆଣି ମୁହଁ ବ୍ରିଜ୍‌ ପର୍ଯ୍ୟନ୍ତ ପ୍ରାୟ ୨କି.ମି ଡ୍ରେନ୍‌ରେ ସ୍ଲାବ୍‌ ନାହିଁ । ଏପରିକି ଯାତ୍ରୀନିବାସ, ମେଡିକାଲ୍‌ ଛକ, ରିଙ୍ଗ୍‌ ରୋଡ୍‌ ଭଳି ସମ୍ବେଦନଶୀଳ ସ୍ଥାନରେ ଖୋଲାମେଲା ହୋଇ ରହିଛି ଡ୍ରେନ୍‌ । ଅନ୍ୟପଟେ ଯନ୍ତ୍ରୀ ନଥିବାରୁ କାମ ହୋଇପାରୁନଥିବା କହିଛନ୍ତି କୋଣାର୍କ ଏନ୍‌ଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ । 

ଅସରାଏ ବର୍ଷାରେ ବେହାଲ ହୋଇପଡ଼େ କୋଣାର୍କ ଏନ୍‌ଏସି । କୋଣାର୍କ ଭଳି ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପ୍ରତି ଡ୍ରେନେଜ୍‌ ବିଭାଗ କି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେବା ସ୍ଥାନୀୟ ବାସିନ୍ଦାଙ୍କୁ ବ୍ୟଥିତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe