କନକ ବ୍ୟୁରୋ : ଏଥର ଦାଗୀଙ୍କ ଦଶହରା କଟିବ ଜେଲରେ । ବିଭିନ୍ନ ଥାନାରେ ଥିବା ୱାରେଣ୍ଟିଙ୍କୁ ଧରିବାକୁ ତିଆରି ହୋଇଛି ତାଲିକା । ରାଜ୍ୟର ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ବିଶେଷ କରି ଜାମିନବିହୀନ ଗିରଫ ପରୱାନା, ଫେରାର ଆସାମୀଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତା’ସହିତ ଅସାମାଜିକଙ୍କୁ ଜିଲ୍ଲା ଓ ସହରରୁ ତଡ଼ିପାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦାଗୀମାନେ ସହରରେ ରହିଲେ ଲୋକଙ୍କ ପାଇଁ ବିପଦ ଥିବାରୁ ଏହି ପଦକ୍ଷେପ ନେଇଛି ଓଡ଼ିଶା ପୁଲିସ । ପର୍ବପର୍ବାଣୀକୁ ଧୁମଧାମରେ ପାଳନ ପାଇଁ ଆରମ୍ଭ ହୋଇଛି ଅପରେସନ୍ - ଡ୍ରାଇଭ ଏଗେନଷ୍ଟ ଆଣ୍ଟିସୋସିଆଲ । ସେପଟେ ଗତ ସପ୍ତାହେ ମଧ୍ୟରେ ରାଜ୍ୟରେ ‘ଅପରେସନ୍ ପ୍ରହାର’କୁ ଜୋରଦାର କରାଯାଇଛି । ଗଞ୍ଜେଇ, ବ୍ରାଉନସୁଗାର, କଫ ସିରପ୍ ଚୋରାଚାଲାଣର ପର୍ଦ୍ଦାଫାସ ହୋଇଛି ।
- ୧୧୦ଟି ମାମଲା ରୁଜୁ କରି ୧୫୭ ଜଣଙ୍କୁ ବାନ୍ଧିଛି ପୁଲିସ
- ଗଞ୍ଜେଇ ଚୋରାଚାଲାଣ ନେଇ ୭୨ ଟି ମାମଲାରେ ୪୮୦୮ କେଜି ଗଞ୍ଜେଇ ଜବତ କରି ୯୩ ଜଣଙ୍କୁ ଗିରଫ କରାଯାଇଛି
- ୨୭ ଟି ମାମଲା ରୁଜୁ କରି, ୨୩୭୪ ଗ୍ରାମ୍ ବ୍ରାଉନସୁଗାର ଜବତ ସହ ୪୫ ଜଣକୁ ଗିରଫ କରାଯାଇଛି
- ୩୦୫୨ ବୋତଲ କଫ୍ ସିରପ୍ ଜବତ ସହ ୧୯ ଜଣ ଗିରଫ ହୋଇଛନ୍ତି
- ୧୨୯ BNSS ବଳରେ ୭୦ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି
- ଚୋରା ନିଶା ଦ୍ରବ୍ୟ ଚାଲାଣ ଅଭିଯୋଗରେ ୩ ଟି ଦୋକାନକୁ ସିଲ୍ କରିଛି ପ୍ରଶାସନ
ସାରା ରାଜ୍ୟରେ ଏବେ ଅପରାଧ ଉପରମୁହାଁ । ଅପରାଧୀଙ୍କୁ ସାବାଡ୍ କରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ।