କନକ ବ୍ୟୁରୋ: ବାଂଲାଦେଶରେ ଦୁର୍ଗା ପୂଜା ବନ୍ଦ କରିବାକୁ ରାଲି ବାହାର କଲେ ଆନ୍ଦୋଳନକାରୀ । ପ୍ଲାଏ କାର୍ଡ ଧରି ପ୍ରତିବାଦ କରିଥିଲେ ଆଉ ଏଥିରେ ଲେଖା ହୋଇଥିଲା ‘ଏ ଧର୍ମ ଭିନ୍ନ ଓ ଏ ପୂଜା ଭିନ୍ନ ..ବନ୍ଦ ହେଉ ଦୁର୍ଗା ପୂଜା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବାଂଲାଦେଶରେ ସଂଖ୍ୟାଲଘୁମାନେ କିପରି ରହିଥିବେ ? ତାହା ଅନୁମେୟ କରି ହେଉଛି । ଏହାପରେ ମନକୁ ଗୋଟେ କଥା ଆସୁଥିବ ନିଶ୍ଚୟ ‘ବାଂଲାଦେଶରେ ଲାଗୁ ହୋଇଯାଇଛି ତାଲିବାନୀ ଶାସନ’ ।
ଶେଖ ହସିନା ବାଂଲାଦେଶରୁ ପଳାୟନ ପରେ ଭୟ ଓ ଚିନ୍ତାରେ ରହିଛନ୍ତି ସଂଖ୍ୟାଲଘୁମାନେ । ପ୍ରତ୍ୟେକ ଦିନ ସଂଖ୍ୟାଲଘୁମାନଙ୍କ ଉପରେ କରାଯାଉଛି ଅତ୍ୟାଚାର । କେଉଁଠି ଘର ପୋଡି ଦିଆଯାଉଛି ତ ଆଉ କେଉଁଠି ମନ୍ଦିରରେ ପଶି ମୂର୍ତ୍ତି ଭଙ୍ଗା ଯାଉଛି । ହେଲେ ଏବେ ବିଦ୍ୟାର ମନ୍ଦିରରେ ହିନ୍ଦୁ ବିଦ୍ୟାର୍ଥୀ ମାନଙ୍କୁ କୁହାଯାଉଛି ତୁମେ ମାନେ ବୁର୍ଖା ପିନ୍ଧି ଆସ ଆଉ କୁରାନକୁ ବୁଝିବାକୁ ଚେଷ୍ଟା କର ।
କମିଲା ଜିଲ୍ଲାରେ ଥିବା ସରକାରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶିଖା ରାନୀ ରୟ । ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷକ ଶିଖାଙ୍କୁ ଚାକିରି ଛାଡିବାକୁ କହିଥିଲେ, ଶିଖା ଚାକିରି ନଛାଡିବାରୁ ମୁସଲିମ ସଂଙ୍ଗଠନ ଶିଖାଙ୍କୁ ସ୍କୁଲରୁ ବାହାରକୁ ଟାଣି ଆଣିଥିଲେ । ସେହି ସମୟରେ ଶିଖା ଗର୍ଭବତୀ ଥିଲେ । ଶିଖାଙ୍କର ଦୋଷ ଥିଲା ଯେ, ସେ ‘ହିନ୍ଦୁ’ ।
କାହିଁକି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ସବୁ ଜାଣି ବି କାହିଁକି ଚୁପ ବସିରହିଛନ୍ତି ଅନ୍ତରୀଣ ସରକାର ? ତେବେ ଆଗକୁ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ପରିବର୍ତ୍ତନ ହେଉଛି ନା ନାହିଁ ତାହା ଦେଖିବା ବାକି ରହିଲା ।