ନା ପାନୀୟ ଜଳ ନା ଗମନା ଗମନ, ଏଠି ମୌଳିକ ସୁବିଧା ଲକ୍ଷେ କୋଷ ଦୂର

Advertisment

ନୂଆବାଲିଖମଣ ଗାଁ ଲୋକଙ୍କ ପାଖ‌ରେ ମୋବାଇଲ ତ’ ଅଛି, ହେଲେ ନେଟ୍‌ୱର୍କ ନାହିଁ। ଦେହପା’ ଖରାପ ହେଲେ ଆମ୍ବୁଲାନ୍ସ ଡାକିବାକୁ ହେଉ କି ପ୍ରିୟଜନଙ୍କ ସହ କଥା ହେବାକୁ । ଏଠୁ କୋଶେ ଦୂର ଗଲେ ଫୋନ୍‌ ଲାଗେ। ଗାଁକୁ ଭଲ ପକ୍କା ସଡ଼କଟିଏ ନଥିବାରୁ ଚାଲିଚାଲି ଯାଆନ୍ତି ଏ ଗାଁର ବହୁ ଲୋକ। ଗାଁରେ ପ୍ରାଥମିକ ସ୍କୁଲଟିଏ ଥିବା ବେଳେ, ତା ପରେ ଉପର କ୍ଲାସ୍ ପାଇଁ ୭-୮ କିଲୋମିଟର ଦୂରକୁ ଯିବାକୁ ପଡ଼େ । ତେଣୁ ବହୁ ଗରିବ ପିଲା ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୁଅନ୍ତି

ନୂଆବାଲିଖମଣ ଗାଁ ଲୋକଙ୍କ ପାଖ‌ରେ ମୋବାଇଲ ତ’ ଅଛି, ହେଲେ ନେଟ୍‌ୱର୍କ ନାହିଁ। ଦେହପା’ ଖରାପ ହେଲେ ଆମ୍ବୁଲାନ୍ସ ଡାକିବାକୁ ହେଉ କି ପ୍ରିୟଜନଙ୍କ ସହ କଥା ହେବାକୁ । ଏଠୁ କୋଶେ ଦୂର ଗଲେ ଫୋନ୍‌ ଲାଗେ। ଗାଁକୁ ଭଲ ପକ୍କା ସଡ଼କଟିଏ ନଥିବାରୁ ଚାଲିଚାଲି ଯାଆନ୍ତି ଏ ଗାଁର ବହୁ ଲୋକ। ଗାଁରେ ପ୍ରାଥମିକ ସ୍କୁଲଟିଏ ଥିବା ବେଳେ, ତା ପରେ ଉପର କ୍ଲାସ୍ ପାଇଁ ୭-୮ କିଲୋମିଟର ଦୂରକୁ ଯିବାକୁ ପଡ଼େ । ତେଣୁ ବହୁ ଗରିବ ପିଲା ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୁଅନ୍ତି

SOUMYA  - 2026

କନକ ବ୍ୟୁରୋ : ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ, ଦେଶ ଆଗକୁ ବଢ଼ିବ। ଏମିତି କେତେ କ’ଣ ନାରା ଦେଉଛନ୍ତି ସରକାର। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି। ହେଲେ ସତରେ କ’ଣ ଆମ ଗାଁରେ ପହଞ୍ଚୁଛି ବିକାଶ? ସ୍ଥିତି ପରଖିବାକୁ କନକ ନ୍ୟୁଜ ପହଞ୍ଚିଥିଲା ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୂଆବାଲିଖମଣ ଗାଁରେ। ହେଲେ ସେଠି ପହଞ୍ଚିଲା ପରେ ଯାହା ଦେଖିଲୁ, ଲାଗିଲା ସତେ ଯେମିତି ମୌଳିକ ସୁବିଧା ଏଠି ଲକ୍ଷେ କୋଶ ଦୂର ।

 କାଖରେ ଗରା, ମୁଣ୍ଡରେ ବାଲ୍‌ଟି, ନହେଲେ ଡେକ୍‌ଚି। ଗାଁ ପାଖ ପାହାଡ଼ି ନାଳରୁ ଆସୁଛି ପିଇବା ପାଣି । ଗାଁରେ ଥିବା ଗୋଟିଏ ବୋଲି କୂଳ ଶୁଖିଯାଇଛି । ତେଣୁ ଏଇ ନାଳ ପାଣିରେ ଗାଧୁଆପାଧୁଆ, ଏଠୁ ପାଣି ନେଲେ, ତା’କୁ ପିଇବେ, ରୋଷେଇ ବି ହେବ। ଏ ଗାଁର ନାଁ ନୂଆବାଲିଖମଣ। ଅନୁଗୁଳ କିଶୋରନଗର ବ୍ଲକ୍‌ କାର୍ୟ୍ୟାଳୟଠୁ ମାତ୍ର ୧୪ କିଲୋମିଟର ଦୂର। ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥଠୁ ବଣପାହାଡ଼ ଘେରା ଆବଡ଼ାଖାବଡ଼ା ରାସ୍ତାରେ ୪ କିଲୋମିଟର ଗଲେ ପଡ଼ିବ ଏ ଗାଁ। ୩୦ ବର୍ଷ ତଳେ ଗାଁମୁଣ୍ଡ ବିଲ ମଝିରେ ନଳକୂଅଟିଏ ଖୋଳି ନିଜ କାମ ସାରିଦେଇଥିଲେ ସରକାର। ହେଲେ ସେବେଠୁ ତାହା ଅଦରକାରୀ ହୋଇପଡ଼ିରହିଛି ।

ଅଧିକ ପଢ଼ନ୍ତୁ : ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା, ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର

ନୂଆବାଲିଖମଣ ଗାଁ ଲୋକଙ୍କ ପାଖ‌ରେ ମୋବାଇଲ ତ’ ଅଛି, ହେଲେ ନେଟ୍‌ୱର୍କ ନାହିଁ। ଦେହପା’ ଖରାପ ହେଲେ ଆମ୍ବୁଲାନ୍ସ ଡାକିବାକୁ ହେଉ କି ପ୍ରିୟଜନଙ୍କ ସହ କଥା ହେବାକୁ । ଏଠୁ କୋଶେ ଦୂର ଗଲେ ଫୋନ୍‌ ଲାଗେ। ଗାଁକୁ ଭଲ ପକ୍କା ସଡ଼କଟିଏ ନଥିବାରୁ ଚାଲିଚାଲି ଯାଆନ୍ତି ଏ ଗାଁର ବହୁ ଲୋକ। ଗାଁରେ ପ୍ରାଥମିକ ସ୍କୁଲଟିଏ ଥିବା ବେଳେ, ତା ପରେ ଉପର କ୍ଲାସ୍ ପାଇଁ ୭-୮ କିଲୋମିଟର ଦୂରକୁ ଯିବାକୁ ପଡ଼େ । ତେଣୁ ବହୁ ଗରିବ ପିଲା ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୁଅନ୍ତି । ଏତିକିରେ ସରୁନି ଏମାନଙ୍କ ଦୁଃଖ। ବାପ-ଜେଜେବାପ ଅମଳରୁ ୫୦-୬୦ ବର୍ଷ ହେଲା ସେମାନେ ଏଠି ରହିଆସୁଛନ୍ତି। ହେଲେ ପ୍ରାୟ ୩୦ ପରିବାରରୁ ୫ଟିକୁ ଛାଡ଼ିଦେଲେ ଅନ୍ୟ କାହାକୁ ଜମି ପଟ୍ଟା ଦେଇନାହାନ୍ତି ସରକାର। ଏଣୁ ଆବାସ ଯୋଜନାରେ ପକ୍କାଘରଟିଏ ବି ପାଇବାରୁ ବଞ୍ଚିତ ଏମାନେ ।

 ନାହିଁ ନାହିଁର ଗାଁ ନୂଆବାଲିଖମଣରେ କାହିଁକି ପହଞ୍ଚିପାରୁନି ମୌଳିକ ସୁବିଧା? କେବେ ନିଜ ହକ୍‌ ପାଇବେ ଗ୍ରାମବାସୀ? ତାହା ଜାଣିବାକୁ ଆମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe