କନକ ବ୍ୟୁରୋ : ଦୁର୍ଗାପୂଜା ଭସାଣିରେ ଡିଜେ ମନା । ପାଖେଇ ଆସୁଛି ପାର୍ବଣ ଋତୁ । ତାକୁ ଦୃଷ୍ଟିରେ ରଖି କଟକ ଦୁର୍ଗାପୂଜା ଭସାଣିରେ ଡିଜେକୁ ସମ୍ପୂର୍ଣ୍ଣ ମନା କରାଯାଇଛି । ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ପୁଲିସ କମିଶନର ଏନେଇ ସୂଚନା ଦେଇଛନ୍ତି । ଭସାଣୀରେ ବକ୍ସ ବଜାଇବାକୁ ଅନୁମତି ମିଳିଥିବା ବେଳେ ଡିଜେକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ପୂଜା ପାଇଁ ଜବରଦସ୍ତ ଚାନ୍ଦା ମାଗିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ପୋଲିସ କମିଶନରଙ୍କ ସୂଚନା ମୁତାବକ ଅକ୍ଟୋବର ୧୪ରେ ଭସାଣି ଶୋଭାଯାତ୍ରା ହେବ । ଶୋଭାଯାତ୍ରାରେ ୬ଟି ବକ୍ସ ହିଁ ବଜାଇପାରିବେ । ଡିଜେ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ରାତି ୧୨ଟା ଯାଏ ସାଂସ୍କୃତିକ କାର୍ୟ୍ୟକ୍ରମକୁ ଅନୁମତି ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/0JWQT5Jl94bLSqXMrgAg.jpg)