କନକ ବ୍ୟୁରୋ : ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳକ ବିମାନସେବା ବନ୍ଦ ହୋଇପାରେ । ଡିସେମ୍ବର ୧୧ ପରେ ଏହି ରୁଟରେ ଉଡିବ ନାହିଁ ସିଧାସଳଖ ବିମାନ । ବିମାନ ଚଳାଚଳ ସ୍ୱାଭାବିକ ପାଇଁ ମୁଖ୍ୟମନ୍ତ୍ରୀ ଓ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଲେ ଆବୁଧାବିର ପ୍ରବାସୀ ଓଡିଆ ସମାଜ ।

Advertisment

ଭୁବନେଶ୍ୱରରୁ ଆବୁଧାବିକୁ ଉଡୁଥିବା ସିଧାସଲଖ ବିମାନସେବା ଖୁବଶୀଘ୍ର ବନ୍ଦ ହୋଇପାରେ । ଡିସେମ୍ବର ୧୧ ପରଠାରୁ ଆଉ ଏହିପାରୁନାହିଁ ଟିକେଟ ବୁକିଂ । ୧୧ ଡିସେମ୍ବର ପରେ ଯେକୌଣସି ଦିନରେ ଟିକେଟ ବୁକିଂ କଲେ ଏହି ରୁଟରେ କୌଣସି ବିମାନ ସେବା ନଥିବା ୱେବସାଇଟରୁ ଜଣାପଡୁଛି । ଏହି ସେବାକୁ ସ୍ୱାଭାବିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ଆବୁଧାବିର ପ୍ରବାସୀ ଓଡିଆ ସମାଜ ।

ଅଧିକ ପଢ଼ନ୍ତୁ : ଏୟାରବସ୍ ଏ୩୨୦ ବିମାନରେ ଯାନ୍ତ୍ରିକ ତ୍ରୁଟି, ଭାରତ ସମେତ ସାରା ବିଶ୍ୱରେ ବିମାନସେବା ପ୍ରଭାବିତ

ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ଅନେକ ଦାବି ହୋଇଥିଲା । ରାଜ୍ୟରେ ବିଜେପି ସରକାର ଗଢିବା ପରେ ୧୩ ଜୁନରେ ଭୁବନେଶ୍ୱରରୁ ଆବୁଧାବିକୁ ଉଡିଥିଲା ବିମାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିଥିଲେ । ବାଣିଜ୍ୟ, ପର୍ଯ୍ୟଟନ, ନିବେଶ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ଏହି ବିମାନସେବା ବୃଦ୍ଧି କରିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବିମାନସେବାକୁ ନେଇ ଅନେକ ପ୍ରଶଂସା ବି ସାଉଁଟିଥିଲା ରାଜ୍ୟ ସରକାର । କିନ୍ତୁ ୬ ମାସ ପରେ ଏହି ସେବା ବନ୍ଦ ହେବାକୁ ଯାଉଥିବା ନେଇ ଆଶଙ୍କା କରିଛନ୍ତି ପ୍ରବାସୀ ଓଡ଼ିଆ ।

ସପ୍ତାହରେ ୩ ଦିନ ଏହି ସେବା ଯୋଗାଇଥିଲା ଇଣ୍ଡିଗୋ ଏୟାରଲାଇନ୍ସ । ମାତ୍ର ୪ ଘଣ୍ଟାରେ ଆବୁଧାବିରେ ପହଞ୍ଚୁଥିଲେ ଯାତ୍ରୀ । କିନ୍ତୁ ଏହି ବିମାନସେବା ବନ୍ଦ ହେଲେ ସମସ୍ୟା ବଢିଯିବ ବୋଲି କହିଛନ୍ତି ପ୍ରବାସୀ ଓଡିଆ ।