ସରପଞ୍ଚ ଓ ସମିତି ସଭ୍ୟ ଆସିଲେନି, ପଡିଲାନି ଭୋଟ

କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ବାତିଲ । ସରପଞ୍ଚ ଓ ସମିତି ସଭ୍ୟ ନଆସିବାରୁ ହୋଇପାରିଲାନି ମତଦାନ । ସେପଟେ ଛତିଶଗଡ଼ରେ ଏବେବି ଅଟକ ଅଛନ୍ତି ବିଶାଲ ଦାସ । ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରିଲା ବିଜେଡି । 

37ତ

କନକ ବ୍ୟୁରୋ: ବହୁଚର୍ଚ୍ଚିତ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପରେ ଭୋଟ ପଡିବାର ଥିଲା । ହେଲେ  ସରପଞ୍ଚ, ସମିତି ସଭ୍ୟ ନଆସିବାରୁ ହୋଇପାରିଲାନି ଭୋଟିଂ । ଆଜି ଦିନ ସାଢେ ୧୦ଟାରେ ଭୋଟିଂ ହେବାର ଥିଲା । ଏଥିପାଇଁ ପଞ୍ଚାୟତ ସମିତି କାର୍ୟ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷତା କରିବାକୁ ଥିବା ପିଏ ଆଇଟିଡିଏ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କିର୍ମିରା ତହସିଲଦାର ଏବଂ ପୁଲିସ  ଉପସ୍ଥିତ ହୋଇଥିଲେ । କିନ୍ତୁ ଦିନ ୧୧ଟା ଯାଏଁ କୌଣସି ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ନହେବାରୁ ବୈଠକ ବାତିଲ କରାଯାଇଥିଲା । ଭୋଟିଂ ପାଇଁ ଯାଇଥିବା ଅଧିକାରୀମାନେ ମଧ୍ୟ ଫେରି ଯାଇଛନ୍ତି । 

ଅନ୍ୟପଟେ ଏହି ଘଟଣାରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ନେତୃତ୍ୱରେ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅନୈତିକ ଓ ଅଗଣତାନ୍ତ୍ରିକ ଉପାୟରେ ପୁଲିସ ଏହି ଭୋଟିଂ ବନ୍ଦ୍ କରିବାକୁ ଉଦ୍ୟମ କରିଥିବା ବିଜେଡି ଅଭିଯୋଗ କରିଛି । ବିନା ଅଭିଯୋଗ ଓ ପ୍ରମାଣରେ ଭାଇ ବିଶାଳ ଦାସ ଓ ପିଆରଆଇ ସଦସ୍ୟଙ୍କୁ ଗତକାଲିଠାରୁ ଛତିଶଗଡରେ ଅଟକ ରଖାଯାଇଥିବା ଅଭିଯୋଗ କରିଛନ୍ତି ଦୀପାଳି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe