କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଆସିଲା ଅନାସ୍ଥା । ଅନାସ୍ଥା ସପକ୍ଷରେ ୨୧ ଜଣ ସଦସ୍ୟ ମତଦାନ ସାବ୍ୟସ୍ତ କରିଛନ୍ତି । ପଦ ହରାଇବେ ବିଜେଡି ଅଧ୍ୟକ୍ଷ ପ୍ରୀତମ ପ୍ରଧାନ । କନ୍ଧମାଳ ଜିଲ୍ଲାରେ ବିଜେଡିର ପତନ ପାଇଁ ଅଣ୍ଟା ଭିଡ଼ିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ନେତୃତ୍ଵରେ ଅସନ୍ତୁଷ୍ଟ ବିଜେଡି ଓ ବିଜେପି ସଦସ୍ୟ ମାନଙ୍କୁ ନେଇ ଅନାସ୍ଥା ଅଣାଯାଇଥିଲା । ତେବେ ଅନାସ୍ଥା ସପକ୍ଷରେ ୨୧ଟି ଭୋଟ୍ ପଡିଥିବା ନିର୍ବାଚନ ଅଧିକାରୀ କହିଛନ୍ତି । ୧୨ଟି ପଞ୍ଚାୟତର ୨୨ ଜଣ ସଦସ୍ୟ ଉପସ୍ଥିତ ରହିଥିବା ବେଳେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ ଅଧ୍ୟକ୍ଷ ପ୍ରିତମ ପ୍ରଧାନ ନିଜେ ଅନୁପସ୍ଥିତ ରହିଥିଲେ । 

Advertisment