କନକବ୍ୟୁରୋ : ରାୟଗଡା ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ । ରାୟଗଡ଼ା ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ରହିବେ ନା ହଟିବେ । ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମତଦାନ ଆରମ୍ଭ ହୋଇଛି । ଏଥିପାଇଁ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଛନ୍ତି ବିଜେଡିର ୧୯ ଜଣ କାଉନସିଲର । ଗତକାଲି ଦଳୀୟ କାଉନସିଲର ମାନଙ୍କ ପାଇଁ ହ୍ବିପ୍ ଜାରି କରିଥିଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାଉନସିଲର ମାନଙ୍କୁ ହ୍ବିପ୍ ଜାରି କରିଥିଲେ । ଅନାସ୍ଥା ମତଦାନ ପ୍ରକ୍ରିୟାରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା ।
ହ୍ବିପକୁ ଅବମାନନା କଲେ ଓଡିଶା ମୁନିସିପାଲ୍ ରୁଲ୍-୨୦୧୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ହ୍ବିପର ଏକ ନକଲ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ଅଧିକାରୀଙ୍କୁ ଭେଟି ପ୍ରଦାନ କରିଛନ୍ତି । ସେପ୍ଟେମ୍ବର ମାସ ୯ ତାରିଖରେ ବରିଷ୍ଠ ନେତା ଏନ୍.ଭାସ୍କର ରାଓ ବିଜେଡି ଛାଡିବା ପରେ ୧୨ତାରିଖ ପୌରାଧ୍ୟକ୍ଷାଙ୍କ ବିରୋଧରେ ଆଗତ ହୋଇଥିଲା ଅନାସ୍ଥା ପ୍ରସ୍ତାବ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ୨ ଟା ପର୍ଯ୍ୟନ୍ତ ଚାଲିବ ଭୋଟ୍ । ତେବେ କାହାର ହେବ ଜିତାପଟ ତା ଉପରେ ନଜର ।