କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ୯ ଜଣ ୱାର୍ଡ ମେମ୍ବର ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହି ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ସମସ୍ତ ୯ ଜଣ ୱାର୍ଡମେମ୍ବର ଫୁଲବାଣୀ ଆସି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ନିବେଦନପତ୍ର ପ୍ରଦାନ କରିଛନ୍ତି ।
ଆଇନ ଅନୁଯାୟୀ, ଜିଲ୍ଲାପାଳ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୱାର୍ଡମେମ୍ବର ମାନେ ଦାବୀ କରିଛନ୍ତି । କିଛି ମାସ ପୂର୍ବେ ତତ୍କାଳୀନ ଏନଏସି ଅଧ୍ୟକ୍ଷଙ୍କ ଅକାଳ ବିୟୋଗ ହୋଇଥିଲା, ତାପରେ ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ ଅଧ୍ୟକ୍ଷ ପଦବୀରେ ଦାୟିତ୍ୱ ରହିଥିଲେ । ସେହି ସମୟରେ ମନମୁଖୀ କାର୍ଯ୍ୟ ସହ ବିଭିନ୍ନ ୱାର୍ଡକୁ ପାତର ଅନ୍ତର କରି ଦୁର୍ନୀତି କରିଥିବା ୱାର୍ଡମେମ୍ବରମାନେ ଅଭିଯୋଗ କରିଛନ୍ତି । ୧୩ ଗୋଟି ୱାର୍ଡରେ ୯ ଜଣ ବିଜେଡି ୱାର୍ଡମେମ୍ବର, ୩ ଜଣ ବିଜେପି ଏବଂ ଜଣେ କଂଗ୍ରେସ ୱାର୍ଡମେମ୍ବର ଅଛନ୍ତି । ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ୯ ଜଣଙ୍କ ମଧ୍ୟରେ ୫ ଜଣ ବିଜେଡି ,୩ ଜଣ ବିଜେପି ଜଣେ କଂଗ୍ରେସର ୱାର୍ଡମେମ୍ବର ରହିଛନ୍ତି । ତେବେ ଏହା ଉପରେ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us