କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ମୌସୁମୀ ଅଧିବେଶନର ପ୍ରଥମ ଦିନରେ କଂଗ୍ରେସ ଏହି ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ, ଏବେ ଚର୍ଚ୍ଚା ହେଉଛି ଏହି ଅନାସ୍ଥା ଆଣିଲେ ସତରେ କଣ ମୋହନ ସରକାରକୁ ବିପଦ ହେବ? ସଂଖ୍ୟା ଗଣିତ ଦୃଷ୍ଟିରୁ ବିଧାନସଭାରେ ଏବେ ବି ବିଜେପି ସବୁଠୁ ବଡ଼ ଦଳ । ତେଣୁ କଂଗ୍ରେସର ଅନାସ୍ଥା ସରକାର ଉପରେ ସେତେଟା ପ୍ରଭାବ ପକାଇନପାରେ । ହେଲେ ତା ପରେ ବି, ଜାଣିନିଅନ୍ତୁ ଏହି ଅନାସ୍ଥା ପ୍ରସ୍ତାବ ପଛର ସଂଖ୍ୟା ଗଣିତ...
ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଏବେ ବିଧାନସଭାରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୬ ରହିଛି । ଯାହା ଭିତରୁ ବିଜେପିର ହେଉଛନ୍ତି ୭୮ ବିଧାୟକ । ଏହାସହ ବିଜେଡିର ୫୦ ଏବଂ କଂଗ୍ରେସ ପାଖରେ ଅଛନ୍ତି ୧୪ ବିଧାୟକ । ବିଧାନସଭାରେ ଏବେ ସିପିଆଇ(ଏମ୍)ର ଜଣେ ବିଧାୟକ ଥିବାବେଳେ, ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ହେଉଛି ୩ ।
/filters:format(webp)/kanak/media/media_files/2025/09/18/odisha-assmbly-2025-09-18-15-18-45.png)
ଯଦି ହାତ ମିଶାଏ ବିଜେଡି…
ତେବେ କଂଗ୍ରେସକୁ ନିଜର ୧୪ ବିଧାୟକଙ୍କ ସହିତ ସିପିଆଇ(ଏମ୍)ର ଜଣେ ବିଧାୟକ ସମର୍ଥନ କରିବେ ବୋଲି ଜୟପୁର ବିଧାୟକ ତାରା ବାହିନୀପତି କହିସାରିଛନ୍ତି । ଯାହାଫଳରେ ବର୍ତ୍ତମାନ ସମୟରେ ଅନାସ୍ଥା ପ୍ରସ୍ତାବକୁ ୧୫ ବିଧାୟକଙ୍କ ସମର୍ଥନ ରହିଛି । ଆଉ ବିଜେଡି ଯଦି କଂଗ୍ରେସକୁ ସମର୍ଥନ ଜଣାଏ, ତେବେ ବିଜେଡିର ୫୦ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୬୫କୁ ଛୁଇଁବ । ଯାହାକି ମ୍ୟାଜିକ୍ ନମ୍ବରଠାରୁ ବହୁତ ଦୂରରେ ।
ବିଜେପି ସପକ୍ଷରେ ସ୍ୱାଧୀନ ବିଧାୟକ
ରାଜ୍ୟ ବିଧାନସଭାରେ ଏବେ ୩ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି । ଯେଉଁମାନେ କି ସରକାରକୁ ସମର୍ଥନ ଜଣାଇଛନ୍ତି । ତେଣୁ ଅନାସ୍ଥା ପ୍ରସ୍ତାବରେ ମଧ୍ୟ ସେମାନେ ବିଜେପି ସପକ୍ଷରେ ଯିବା ଏକପ୍ରକାର ପକ୍କା । ତେବେ ବିଧାନସଭାରେ ଥିବା ତିନି ଜଣ ସ୍ୱାଧୀନ ବିଧାୟକ ହେଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା ଏବଂ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ । ଯେହେତୁ ସରକାର ଗଠନ ବେଳେ ଏହି ତିନି ବିଧାୟକ ବିଜେପିକୁ ସମର୍ଥନ ଦେଇଥିଲେ । ତେଣୁ ଏବେ ଅନାସ୍ଥା ପ୍ରସ୍ତାବ ସମୟରେ ମଧ୍ୟ ଏମାନେ ବିଜେପି ସପକ୍ଷରେ ରହିବେ । ଯାହାଦ୍ୱାରା କି ବିଜେପି ପ୍ରତି ବିଧାୟକଙ୍କ ସମର୍ଥନ ସଂଖ୍ୟା ୮୧କୁ ବୃଦ୍ଧି ପାଇବ ।
ମ୍ୟାଜିକ୍ ନମ୍ବର ୭୪
ଅନାସ୍ଥା ପ୍ରସ୍ତାବ ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୭୪ । ବର୍ତ୍ତମାନ ସମୟରେ କଂଗ୍ରେସ ପାଖରେ ୧୫ ବିଧାୟକଙ୍କ ସମର୍ଥନ ରହିଛି । ବିଜେଡିର ୫୦ ଜଣ ବିଧାୟକ କାହାକୁ ସମର୍ଥନ କରିବେ ସ୍ପଷ୍ଟ ହୋଇନି । ଅନ୍ୟପଟେ ବିଜେପି ପାଖରେ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ୮୧ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ ଯଦି ଅନାସ୍ଥା ପ୍ରସ୍ତାବ ନେଇ ବିଧାନସଭାରେ ଭୋଟ୍ ହୁଏ, ତେବେ ରେଜଲ୍ଟ କଣ ହେବ ଏହି କଥାରୁ ହିଁ ଅନୁମାନ କରାଯାଇପାରୁଛି...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/09/18/odisha-assembly-2025-09-18-15-26-10.jpg)