କେନ୍ଦ୍ରାପଡା : କେନ୍ଦ୍ରାପଡ଼ା କେନାଲ । ଦିନେ ଏହା ନୌବାଣିଜ୍ୟର ରାସ୍ତା ଥିଲା । ଇଂରେଜ ଅମଳରେ କେନାଲ୍‌ଟି ଖନନ କରାଯାଇଥିଲା । କେନ୍ଦ୍ରାପଡ଼ାରୁ ଅନ୍ୟ ଜିଲ୍ଲାକୁ ପରିବହନ ମାଧ୍ୟମ ସାଜିଥିଲା । ଏହି କେନାଲ୍‌ର ପାଣି ଭରସାରେ ଚାଷୀ ଚାଷ କରୁଥିଲେ । ଏବେ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । 

Advertisment

ହେଲେ ଏଥିପ୍ରତି ପୌରସଂସ୍ଥାର ନଜର ନାହିଁ କି ପ୍ରଶାସନ ଦୃଷ୍ଟି ପଡୁନି । ପୌରାଞ୍ଚଳରେ ଅଳିଆ ଆବର୍ଜନାରେ କେନାଲ ପୋତି ହୋଇଗଲାଣି, ଏପଟେ ପୌର ଅଧିକାରୀ କହୁଛନ୍ତି, ସେ ଅବଗତ ନାହାନ୍ତି । ଅପରିଷ୍କାର ପରିବେଶ, ମଶା-ମାଛିଙ୍କ ବଂଶ ବୃଦ୍ଧିରେ ସହାୟକ ହେଉଛି । ତେଣୁ ତୁରନ୍ତ କେନାଲ୍‌ଟିର ପୁନରୁଦ୍ଧାର ଦାବି କରାଯାଇଛି ।