ଭିନ୍ନକ୍ଷମ ଭାଇ ଭଉଣୀଙ୍କୁ କିଏ ହେବ ସାହା, ଆଧାରକାର୍ଡ ନଥିବାରୁ ମିଳୁନି ସରକାରୀ ସହାୟତା

Advertisment

ଆର୍ଥିକ ଅନଟନ ଯୋଗୁଁ ଚମ୍ପୁଆ ଯାଇ ଆଧାର କାର୍ଡ କରିପାରୁନାହାନ୍ତି। ପ୍ରାଶାସନିକ ବିଧି ବ୍ୟବସ୍ଥା ବାବଦରେ ମଧ୍ୟ ବିଶେଷ କିଛି ଜାଣିନାହାନ୍ତି। ଯଥାଶୀଘ୍ର ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ। ସେପଟେ ସ୍ଥାନୀୟ ସରପଞ୍ଚ ସବୁ ଜାଣି ବି କିଛି କରିପାରୁନଥିବାରୁ ଅସହାୟତା ପ୍ରକାଶ କରିଛନ୍ତି। 

SOUMYA  - 2026-

କନକ ବ୍ୟୁରୋ : ଭିନ୍ନକ୍ଷମ ପାଇଁ ଯୋଜନା ପରେ ଯୋଜନା। ମାତ୍ର ଚମ୍ପୁଆ ବ୍ଲକ ରେ ସରକାରୀ ଯୋଜନା ରୁ ବଞ୍ଚିତ ଦୁଇ ଭିନ୍ନକ୍ଷମ ଭାଇ ଭଉଣୀ। ଜଣେ ବିଛଣାରୁ ଉଠି ପାରୁନାହିଁ। ଅନ୍ୟଜଣେ ଛିଡ଼ା ହେବାର କ୍ଷମତା ହରାଇ ସାରିଛି।  ବିଛଣାରୁ ଉଠି ପାରୁନି ଭାଇ। ଭଉଣୀର ବି ଛିଡ଼ା ହେବାକୁ ବଳ ପାଉନି। ଖଣିରୁ ରାଜ୍ୟ ରାଜକୋଷକୁ କୋଟି କୋଟି ଟଙ୍କାର ରାଜସ୍ୱ ଦେଉଥିବା କେନ୍ଦୁଝର ଜିଲ୍ଲାରେ ଦାନ୍ତ ନିକୁଟି ହସୁଛି ଗରିବୀ। ଅଭାବ ଅନଟନ ଭିତରେ ବଞ୍ଚିବାକୁ ରାହା ଖୋଜୁଥିବା ଭାଇ ଭଉଣୀଙ୍କ ପାଇଁ ଅପହଞ୍ଚ ସରକାରୀ ସହାୟତା। ଜନ୍ମରୁ ଦିବ୍ୟାଙ୍ଗ ଭାଇ ଭଉଣୀ ଦୁହେଁଙ୍କ ପାଇଁ ବିଧାତା ବି ନିଷ୍ଠୁର ହୋଇଯାଇଛି। ପନ୍ଦର ବର୍ଷ ହେବ ବାପା ଶିରପାଣି ମୁଣ୍ଡା ରୋଜଗାର ପାଇଁ ଘର ଛାଡିଛନ୍ତି ଯେ, ଆଉ ଫେରିନାହାନ୍ତି। ଏପଟେ ନିରବରେ ଅଭାବ ଆଗରେ ମୁଣ୍ଡ ପାତି, କଷ୍ଟେମଷ୍ଟେ ସଂସାର ଗାଡ଼ିକୁ ଗଡ଼େଇ ନେଉଛନ୍ତି ଚମ୍ପୁଆ ବ୍ଲକ କୁଟାରିପଶି ପଞ୍ଚାୟତ ଅନ୍ତର୍ଗତ ଙ୍କକଡାପାଟ ଗାଁର ତୁଳସୀ ମୁଣ୍ଡା।

ଦୁଇ ଝିଅ ସାଲିନା, ସୁରଭି, ପୁଅ ସମୀର ଓ ଶାଶୁଙ୍କ ପେଟ ପୋଶିବାକୁ ପରଘରେ ପାଇଟି କରୁଛନ୍ତି ତୁଳସୀ। କାମ ଧନ୍ଦାକୁ ଯିବାରେ ବି ବହୁ ଅସୁବିଧା ହେଉଛି। ଅନେକ ସମୟରେ ପିଲାଙ୍କୁ ଜଗି ରହିବାକୁ ପଡ଼ୁଛି।  ଅଭାବୀ ପରିବାର ପେଟ ଚାଖଣ୍ଡକ ପାଇଁ ସଂଘର୍ଷ କରୁଥିବା ବେଳେ ଦିବ୍ୟାଙ୍ଗ ପିଲାଙ୍କ ପାଖରେ ପହଞ୍ଚି ପାରିନାହିଁ ପ୍ରଶାସନ। ଆଧାର କାର୍ଡ ନଥିବାରୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଛନ୍ତି। ଭିନ୍ନକ୍ଷମ ଭତ୍ତା ସହ ହ୍ୱିଲ୍ ଚେୟାରଟିଏ ପାଇବାରୁ ବଞ୍ଚିତ ଭାଇ ଭଉଣୀ।

 ଆର୍ଥିକ ଅନଟନ ଯୋଗୁଁ ଚମ୍ପୁଆ ଯାଇ ଆଧାର କାର୍ଡ କରିପାରୁନାହାନ୍ତି। ପ୍ରାଶାସନିକ ବିଧି ବ୍ୟବସ୍ଥା ବାବଦରେ ମଧ୍ୟ ବିଶେଷ କିଛି ଜାଣିନାହାନ୍ତି। ଯଥାଶୀଘ୍ର ଏମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି ଗ୍ରାମବାସୀ। ସେପଟେ ସ୍ଥାନୀୟ ସରପଞ୍ଚ ସବୁ ଜାଣି ବି କିଛି କରିପାରୁନଥିବାରୁ ଅସହାୟତା ପ୍ରକାଶ କରିଛନ୍ତି। 

ଏଇ ଅଭାବୀ ପରିବାରକୁ ଦେଖିଲେ, ସ୍ବାଭାବିକ ଭାବେ ପ୍ରଶ୍ନ ଉଠେ

  • ଖାଦ୍ୟ ସୁରକ୍ଷା ଯୋଜନା କାହା ପାଇଁ?
  • କେଉଁ ଆଧାରରେ ଚୟନ ହୁଅନ୍ତି ହିତାଧିକାରୀ?
  • ଜନ୍ମରୁ ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ଭିନ୍ନକ୍ଷମ ଭତ୍ତା ମିଳିବାରେ ଅସୁବିଧା କେଉଁଠି?
  • ଅଭାବୀ ପରିବାର ପାଖରେ କେବେ ପହଞ୍ଚିବ ପ୍ରଶାସନ? 
  • କେବେ ମିଳିବ ହ୍ୱିଲ୍‌ ଚେୟେର୍‌? 
  • ନା ଏଇ ଘରେ ଏମିତି ବଞ୍ଚୁଥିବେ ଏମାନେ?

ଆଶା ରହିବ ଏଇ ଖବର ପ୍ରାସରଣ ପରେ ଚମ୍ପୁଆ ବ୍ଲକ ପ୍ରଶାସନର ଆଖି ଖୋଲିବ, ଘରକୁ ଯାଇ ଅଧାର କାର୍ଡ କରି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବେ ପ୍ରାଶାସନିକ ବାବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe