କନକ ବ୍ୟୁରୋ: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତଥାପି, ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟ ବୈଠକରେ ୪୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିମଧ୍ୟରୁ ସବୁଠାରୁ ବଡ଼ ଘୋଷଣା ହେଉଛି ମହିଳାଙ୍କୁ ନିଯୁକ୍ତିରେ ୩୫ ପ୍ରତିଶତ ସଂରକ୍ଷଣ ଏବଂ ଏକ ଯୁବ ଆୟୋଗ ଗଠନ କରାଯିବ ।
ବିହାର ସରକାର ମହିଳାମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏକ ବଡ ଏବଂ ଐତିହାସିକ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ମୂଳ ବାସିନ୍ଦା ମହିଳାଙ୍କୁ ସରକାରୀ ଚାକିରିରେ ୩୫ପ୍ରତିଶତ ସଂରକ୍ଷଣ ମିଳିବ । ବିହାରର ସମସ୍ତ ସରକାରୀ ଚାକିରିରେ ସିଧାସଳଖ ନିଯୁକ୍ତି ହେବ । ଏବେ କେବଳ ବିହାରର ମୂଳ ବାସିନ୍ଦା ମହିଳାଙ୍କୁ ସଂରକ୍ଷଣ ଦିଆଯିବ । କେବଳ ମହିଳାଙ୍କ ଉପରେ ଶୁଭ ଦୃଷ୍ଟିରେ ପକାଇନାହାଁନ୍ତି ନୀତୀଶ ବଂର ଦିବ୍ୟାଙ୍ଗ, ଚାଷୀ ଓ ଯୁବବର୍ଗ, ପରିବେଶ ପାଇଁ ମଧ୍ୟ ବଡ଼ ଘୋଷଣା କରିଛନ୍ତି। ବିହାରରେ ଯୁବ କମିସନ ଗଠନକୁ ମଧ୍ୟ ଅନୁମୋଦନ କରାଯାଇଛି ଯେଉଁଥିରେ ଯୁବକଙ୍କୁ ସିଧା ନିଯୁକ୍ତି ଦିଆଯିବ ଓ ନିଶାମୁକ୍ତ ଅଭିଯାନକୁ ଜୋରଦାର କରାଯିବ। ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବା ଦର୍ଶାଇ ସବୁବେଳେ ବିରୋଧୀ ସୁଶାସନ ବାବୁଙ୍କୁ ଟାର୍ଗେଟ କରିଥାନ୍ତି ।ହତ୍ୟା, ଅପହରଣ, ଦୁଷ୍କର୍ମ, ରାହାଜାନି ଭଳି ଅନେକ ଅଭିଯୋଗ ଘେରରେ ଫଶିଥିବା ନୀତୀଶ ମହିଳା କାର୍ଡ ଖେଳିଛନ୍ତି । ବିହାର ନିର୍ବାଚନ ପାଇଁ କିଛି ଦିନ ମଧ୍ୟରେ ଶଙ୍ଖନାଦ ହେବାକୁ ଯାଉଛି । ଏହା ପୂର୍ବରୁ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଯାଇ ମହିଳାଙ୍କ ସୁରକ୍ଷା ଓ ମହିଳାଙ୍କ ସଶକ୍ତ କରିବାକୁ ପ୍ରୟାସ କରିଛନ୍ତି ।
ବିହାରରେ ଅପରାଧ ଯେତିକି ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ସେତିକି ବଡ ସମସ୍ୟା ବେରୋଗଜଗାରୀ । ଏହାକୁ ଦୃଷ୍ଟିରେ ରଖି ୪୩ଟି ପ୍ରସ୍ତାବ ଉପରେ ମୋହର ମାରି ନୀତୀଶ ବଡ ଗୋଟି ଚାଳନା କରିଛନ୍ତି ।