କନକ ବ୍ୟୁରୋ : ବର୍ଡର ଗାଭାସ୍କର ଟ୍ରଫିରେ ଚତୁର୍ଥ ଟେଷ୍ଟ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ଏହି ମ୍ୟାଚରେ ନୀତିଶ ରେଡ୍ଡିଙ୍କ ଜଲୱା ଦେଖିବାକୁ ମିଳିଛି । ସେ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି । ଆଜି ମ୍ୟାଚର ତୃତୀୟ ଦିନ, ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ୩୫୦ ରନରୁ ଅଧିକ ରନ କରିଛି ।
ଏହି ମ୍ୟାଚରେ ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଥିଲା । କଙ୍ଗାରୁ ଦଳ ଦମଦାର ବ୍ୟାଟିଂ କରି ୪୭୪ ରନ କରିଥିଲା । ଦଳ ପକ୍ଷରୁ ଷ୍ଟିଭ ସ୍ମିଥ ୧୪୦, ଲାବ୍ରୁସଚେଞ୍ଜ ୭୨, ସାମ କୋନଷ୍ଟାସ ୬୦, ଉସମାନ ଖ୍ବାଜା ୫୭ ରନ କରିଥିଲେ । ସେହିପରି ବୁମରାହ ଦୁର୍ଦ୍ଦଶ ବୋଲିଂ କରି ୪ ୱିକେଟ ହାସଲ କରିଥିଲେ । ଭାରତ ତାର ପ୍ରଥମ ପାଳିରେ ୩୫୦ରୁ ଅଧିକ ରନ କରିଛି । ଏବେ ନୀତିଶ ରେଡ୍ଡି ଓ ମହମ୍ମଦ ସିରାଜ କ୍ରିଜରେ ଅଛନ୍ତି ।