କନକବ୍ୟୁରୋ : ବିହାର ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନୂଆନୂଆ ଘୋଷଣା କରୁଛନ୍ତି । ଶିକ୍ଷକ ନିଯୁକ୍ତିରେ ବିହାର ଲୋକଙ୍କୁ ପ୍ରାଥମିକତା ଦେବା ପାଇଁ ଆଜି ଘୋଷଣା କରିଛନ୍ତି ନୀତୀଶ। ଏଥିପାଇଁ ପ୍ରଚଳିତ ନିୟମରେ ସଂଶୋଧନ କରିବାକୁ ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ‘ଏକ୍ସ’ରେ ପୋଷ୍ଟ କରି ନୀତୀଶ କୁମାର ଏହି ସୂଚନା ଦେଇଛନ୍ତି । ବିହାର ଲୋକସଭା ଆୟୋଗ କରୁଥିବା ଶିକ୍ଷକ ନିଯୁକ୍ତି ପରୀକ୍ଷା- ଟିଆରଇ-୪ ପୂର୍ବରୁ ଏହା ଲାଗୁ ହେବ ।
ଚଳିତବର୍ଷ ଟିଆରଇ- ୪ ଏବଂ ଆସନ୍ତାବର୍ଷ ଟିଆରଇ-୫ ହେବ । ଟିଆରଇ-୫ ପୂର୍ବରୁ ରାଜ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷା କରିବାକୁ ନୀତୀଶ ଘୋଷଣା କରିଛନ୍ତି। ଏସବୁ ପରୀକ୍ଷାରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରାଥମିକତା ଦିଆଯିବ । କିଛିଦିନ ତଳେ ନୀତୀଶ କୁମାର ଘୋଷଣା କରିଥିଲେ ଯେ ମୁଖ୍ୟମନ୍ତ୍ରୀ ବିଦ୍ୟୁତ ଉପଭୋକ୍ତା ସହାୟତା ଯୋଜନାରେ ପ୍ରତ୍ୟେକ ଘରୋଇ ବିଦ୍ୟୁତ ଉପଭୋକ୍ତାଙ୍କୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦିଆଯିବ । ଆଜି ଶିକ୍ଷକ ନିଯୁକ୍ତିରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଥମିକତା ଦେବାକୁ ଘୋଷଣା କରିଛନ୍ତି । …
ନୀତୀଶ କୁମାରଙ୍କ ଘୋଷଣା
-ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଘୋଷଣା
-ଶିକ୍ଷକ ନିଯୁକ୍ତିରେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରାଥମିକତା
-ଚଳିତବର୍ଷଠାରୁ ଏହା ଲାଗୁ ହେବ
-ନିୟମ ସଂଶୋଧନ ଲାଗି ଶିକ୍ଷା ବିଭାଗକୁ ନିର୍ଦ୍ଦେଶ
-ପୂର୍ବରୁ ୧୨୫ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଘୋଷଣା କରାଯାଇଥିଲା