କନକ ବ୍ୟୁରୋ : ଚଳିତ ମାସ ୧୭ ତାରିଖର କଥା । ନୀତିଶ କୁମାର ନିଜର ପିତାଙ୍କ ପ୍ରତିମାରେ ଶ୍ରଦ୍ଧାଞ୍ଜଳୀ ଦେବାକୁ ପୈତୃକ ଗ୍ରାମରେ ପହଂଚିଥିଲେ । ସାଥିରେ ଥିଲେ ପୁଅ ନିଶାନ୍ତ । ଏହି କ୍ରମରେ ପ୍ରଥମଥର ପାଇଁ ନିଶାନ୍ତ ଗଣମାଧ୍ୟମରେ ପ୍ରଥମଥର ରାଜନୈତିକ ବୟାନ ଦେଇଥିଲେ । ସେ କହିଥିଲେ କି ଆଗାମୀ ନିର୍ବାଚନରେ ବିହାର ଭୋଟର ଜେଡିୟୁକୁ ଭୋଟ ଦିଅନ୍ତୁ ଓ ପୁଣି ରାଜ୍ୟରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଏତିକି ବେଳେ ଗଣମାଧ୍ୟମର ପ୍ରଶ୍ନଥିଲା କି, ଆପଣ କ'ଣ ରାଜନୀତିକୁ ଆସୁଛନ୍ତି କି, ତ ନିଶାନ୍ତ ଆଗକୁ ଚାଲିଯାଇଥିଲେ । ନିଶାନ୍ତ ସିନା ଗଣମାଧ୍ୟମ ପ୍ରଶ୍ନର ଉତ୍ତର ନଦେଇ ଚାଲିଗଲେ, ହେଲେ ବିହାର ଭୋଟରଙ୍କ ପାଇଁ ଏକ ପ୍ରଶ୍ନବାଚୀ ହୋଇ ରହିଗଲେ । 

Advertisment

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ମୁତାବକ ଜଣେ ଜେଡିୟୁ ନେତାଙ୍କ ବୟାନକୁ ଉଦ୍ଧୃତ କରି ଲେଖାଯାଇଛି କି, ନିଶାନ୍ତ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ହୋଇଛନ୍ତି । କେବଳ ନୀତିଶ କୁମାରଙ୍କ ନିର୍ଦ୍ଦେଶକୁ ସେ ଅପେକ୍ଷା କରିଛନ୍ତି । ସେପଟେ ଦଳୀୟ ନେତାମାନେ ନିଶାନ୍ତ ରାଜନୀତିକୁ ଆସନ୍ତୁ ବୋଲି ନୀତିଶଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ହେଲେ ନୀତିଶ କହିଛନ୍ତି ଶେଷ ନିଷ୍ପତ୍ତି ନିଶାନ୍ତ ନେବେ । 

ହେଲେ ସବୁଠାରୁ ବଡ଼ କଥା ରାଜନୀତିରେ ନୀତିଶ କୁମାର ପରିବାରବାଦ ଓ ବଂଶବାଦକୁ ନେଇ ଅନ୍ୟ ଦଳମାନଙ୍କୁ ସର୍ବଦା ଟାର୍ଗେଟ୍ କରୁଛନ୍ତି । ତେଣୁ କଥା ଉଠୁଛି ନିଶାନ୍ତ ରାଜନୀତିରେ ଯୋଗଦେଲେ ବିରୋଧୀ ନୀତିଶଙ୍କୁ କଟାକ୍ଷ କରିବାର ସୁଯୋଗ ପାଇବେ । ଏସବୁ ଭିତରେ ଜେଡିୟୁ ନେତାଙ୍କ କହିବା ମୁତାବକ ହୋଲି ସୁଦ୍ଧା ନିଶାନ୍ତ ରାଜନୀତିକୁ ଆସୁଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇଯିବ ।