ମୋଦୀଙ୍କୁ ନଜର ଅନ୍ଦାଜ କରୁଛନ୍ତି କି ନୀତିଶ? ଦିଲ୍ଲୀରେ ଥାଇ ବି ନିତି ଆଯୋଗ ବୈଠକକୁ ଗଲେନି....

Advertisment

ନୀତିଶ କଣ ସତରେ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରିବା ଆରମ୍ଭ କଲେଣି? ଏ ଚର୍ଚ୍ଚା ହେବାର କାରଣ ବି ଅଛି । କେନ୍ଦ୍ରରେ ମୋଦୀ ସରକାର ଏବେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାରଙ୍କ କାନ୍ଧରେ ବୁହା ହେଉଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏମପିଙ୍କ ଭରସାରେ ମୋଦୀଙ୍କ ସରକାର ଏବେ ଦିଲ୍ଲୀରେ ରାଜ କରୁଛି । ତେଣୁ ଏହାର ଫାଇଦା ନେଇ, ନୀତିଶ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରୁନାହାଁନ୍ତି ତ?

ନୀତିଶ କଣ ସତରେ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରିବା ଆରମ୍ଭ କଲେଣି? ଏ ଚର୍ଚ୍ଚା ହେବାର କାରଣ ବି ଅଛି । କେନ୍ଦ୍ରରେ ମୋଦୀ ସରକାର ଏବେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାରଙ୍କ କାନ୍ଧରେ ବୁହା ହେଉଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏମପିଙ୍କ ଭରସାରେ ମୋଦୀଙ୍କ ସରକାର ଏବେ ଦିଲ୍ଲୀରେ ରାଜ କରୁଛି । ତେଣୁ ଏହାର ଫାଇଦା ନେଇ, ନୀତିଶ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରୁନାହାଁନ୍ତି ତ?

ମୋଦୀଙ୍କୁ ନୀତିଶଙ୍କ ନଜର ଅନ୍ଦାଜ?

ମୋଦୀଙ୍କୁ ନୀତିଶଙ୍କ ନଜର ଅନ୍ଦାଜ? Photograph: (KANAK NEWS)

କନକ ବ୍ୟୁରୋ: ମୋଦୀ-ନୀତିଶଙ୍କ ଭିତରେ ସବୁକିଛି ଠିକଠାକ୍ ଚାଲିଛି ତ? ନା ନୀତିଶ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରିବା ଆରମ୍ଭ କଲେଣି? ଯେତେବେଳେ ସବୁ ମୁଖ୍ୟମନ୍ତ୍ରୀ ନିତି ଆୟୋଗ ବୈଠକରେ ପହଞ୍ଚୁଛନ୍ତି, ସେତେବେଳେ ନୀତିଶ କାହିଁକି ଏ ଭିଡ଼ରୁ ଅଲଗା? ଏଭଳି କିଛି ଚର୍ଚ୍ଚା ଏବେ ଦିଲ୍ଲୀର ପାଓ୍ୱାର୍ କରିଡରକୁ ସରଗରମ କରିଛି । ଆଉ ଏହା ପଛର କାରଣ ହେଉଛି , ଏନଡିଏର ମୁଖ୍ୟମନ୍ତ୍ରୀ ହୋଇ ବି, ନିତି ଆୟୋଗ ବୈଠକକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନ ଯିବା ।

Meetings Of Governing Council | NITI Aayog

ଗତ ମେ ୨୪ ତାରିଖରେ ନିତି ଆୟୋଗର ବୈଠକ ଡକାଯାଇଥିଲା । ଯେଉଁଥିରେ ଏନଡିଏର ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଦୀଙ୍କ ବିରୋଧୀ କ୍ୟାମ୍ପର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଏହି ବୈଠକରେ ଦେଖିବାକୁ ମିଳିଥିଲା । କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାଡ଼ିଦେଲେ ପ୍ରାୟତଃ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇଥିଲେ । ହେଲେ ଚର୍ଚ୍ଚାର ବିଷୟ ହେଉଛି, ବିହାରରେ ଏବେ ଏନଡିଏ ରାଜ ଚାଲିଥିଲେ ବି, ଏହି ବୈଠକରେ ସାମିଲ ହୋଇନାହାନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

I will remain with NDA forever, Bihar CM Nitish Kumar assures PM Modi

ଚର୍ଚ୍ଚା ହେଉଛି ନୀତିଶ କଣ ସତରେ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରିବା ଆରମ୍ଭ କଲେଣି? ଏ ଚର୍ଚ୍ଚା ହେବାର କାରଣ ବି ଅଛି । କେନ୍ଦ୍ରରେ ମୋଦୀ ସରକାର ଏବେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାରଙ୍କ କାନ୍ଧରେ ବୁହା ହେଉଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏମପିଙ୍କ ଭରସାରେ ମୋଦୀଙ୍କ ସରକାର ଏବେ ଦିଲ୍ଲୀରେ ରାଜ କରୁଛି । ତେଣୁ ଏହାର ଫାଇଦା ନେଇ, ନୀତିଶ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରୁନାହାଁନ୍ତି ତ?

Does Nitish Kumar Have A Real Shot At Being PM?

ଏ ପ୍ରଶ୍ନ ଉଠିବା ବି ସ୍ୱାଭାବିକ, କାହିଁକି ନା ଦିଲ୍ଲୀରେ ଥାଇ ବି ନିତି ଆୟୋଗର ବୈଠକରେ ସାମିଲ ହୋଇନାହାଁନ୍ତି ନୀତିଶ । ନୀତିଶଙ୍କ କହିବା କଥା, ସେ ନିତି ଆୟୋଗ ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଆସିନଥିଲେ । ସେ କେବଳ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଯାଇଥିଲେ । ହେଲେ ଦିଲ୍ଲୀରେ ଥାଇ ବି, ନୀତିଶ କାହିଁକି ନିତି ଆୟୋଗ ବୈଠକରେ ସାମିଲ ହେଲେନି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe