କନକ ବ୍ୟୁରୋ: ମୋଦୀ-ନୀତିଶଙ୍କ ଭିତରେ ସବୁକିଛି ଠିକଠାକ୍ ଚାଲିଛି ତ? ନା ନୀତିଶ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରିବା ଆରମ୍ଭ କଲେଣି? ଯେତେବେଳେ ସବୁ ମୁଖ୍ୟମନ୍ତ୍ରୀ ନିତି ଆୟୋଗ ବୈଠକରେ ପହଞ୍ଚୁଛନ୍ତି, ସେତେବେଳେ ନୀତିଶ କାହିଁକି ଏ ଭିଡ଼ରୁ ଅଲଗା? ଏଭଳି କିଛି ଚର୍ଚ୍ଚା ଏବେ ଦିଲ୍ଲୀର ପାଓ୍ୱାର୍ କରିଡରକୁ ସରଗରମ କରିଛି । ଆଉ ଏହା ପଛର କାରଣ ହେଉଛି , ଏନଡିଏର ମୁଖ୍ୟମନ୍ତ୍ରୀ ହୋଇ ବି, ନିତି ଆୟୋଗ ବୈଠକକୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନ ଯିବା ।
/kanak/media/post_attachments/sites/default/files/2023-01/7gc-cover_0-538179.jpg)
ଗତ ମେ ୨୪ ତାରିଖରେ ନିତି ଆୟୋଗର ବୈଠକ ଡକାଯାଇଥିଲା । ଯେଉଁଥିରେ ଏନଡିଏର ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଦୀଙ୍କ ବିରୋଧୀ କ୍ୟାମ୍ପର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଏବଂ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଏହି ବୈଠକରେ ଦେଖିବାକୁ ମିଳିଥିଲା । କେବଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଛାଡ଼ିଦେଲେ ପ୍ରାୟତଃ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇଥିଲେ । ହେଲେ ଚର୍ଚ୍ଚାର ବିଷୟ ହେଉଛି, ବିହାରରେ ଏବେ ଏନଡିଏ ରାଜ ଚାଲିଥିଲେ ବି, ଏହି ବୈଠକରେ ସାମିଲ ହୋଇନାହାନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
/kanak/media/post_attachments/deccanherald/2024-03/c9f7a338-2e26-4605-a43f-a4b2a29d2c0e/PTI03_02_2024_000181A-850187.jpg?auto=format%2Ccompress&fmt=webp&fit=max&format=webp&q=70&w=400&dpr=2)
ଚର୍ଚ୍ଚା ହେଉଛି ନୀତିଶ କଣ ସତରେ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରିବା ଆରମ୍ଭ କଲେଣି? ଏ ଚର୍ଚ୍ଚା ହେବାର କାରଣ ବି ଅଛି । କେନ୍ଦ୍ରରେ ମୋଦୀ ସରକାର ଏବେ ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାରଙ୍କ କାନ୍ଧରେ ବୁହା ହେଉଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏମପିଙ୍କ ଭରସାରେ ମୋଦୀଙ୍କ ସରକାର ଏବେ ଦିଲ୍ଲୀରେ ରାଜ କରୁଛି । ତେଣୁ ଏହାର ଫାଇଦା ନେଇ, ନୀତିଶ ଏବେ ମୋଦୀଙ୍କୁ ନଜର ଅନ୍ଦାଜ କରୁନାହାଁନ୍ତି ତ?
/kanak/media/post_attachments/swarajya/2022-08/0f2bd84d-cba8-4681-b4c2-ef51f1710551/Modi_Nitish_Image-410970.png?w=1200&h=675&auto=format%2Ccompress&fit=max&enlarge=true)
ଏ ପ୍ରଶ୍ନ ଉଠିବା ବି ସ୍ୱାଭାବିକ, କାହିଁକି ନା ଦିଲ୍ଲୀରେ ଥାଇ ବି ନିତି ଆୟୋଗର ବୈଠକରେ ସାମିଲ ହୋଇନାହାଁନ୍ତି ନୀତିଶ । ନୀତିଶଙ୍କ କହିବା କଥା, ସେ ନିତି ଆୟୋଗ ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଆସିନଥିଲେ । ସେ କେବଳ ଏନଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ହେବାକୁ ଦିଲ୍ଲୀ ଯାଇଥିଲେ । ହେଲେ ଦିଲ୍ଲୀରେ ଥାଇ ବି, ନୀତିଶ କାହିଁକି ନିତି ଆୟୋଗ ବୈଠକରେ ସାମିଲ ହେଲେନି, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/05/26/zBOAR8TdNRZVPjjJEKAn.jpg)