କନକ ବ୍ୟୁରୋ : କପିଳ ଦେବଙ୍କ ପରେ ଭାରତୀୟ ଟିମରେ ତାଙ୍କ ଭଳି ଆଉ ଜଣେ ଫାଷ୍ଟ ବୋଲର ଅଲରାଉଣ୍ଡରଙ୍କୁ ଆସିଛନ୍ତି। ପର୍ଥ ଟେଷ୍ଟ ଡେଭ୍ୟୁ ପରେ ଆଡିଲେଡରେ ଦମଦାର ପଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି ନୀତୀଶ କୁମାର ରେଡ୍ଡି। ସେ ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ଟେଷ୍ଟରେ ଭାରତ ପାଇଁ ସଙ୍କଟ ମୋଚକ ସାଜିଥିଲେ। ଗୋଟିଏ ପଟେ ଟିମ ଇଣ୍ଡିଆର ୱିକେଟ ଯାଉଥିଲା ଅନ୍ୟପଟେ କ୍ରିଜରେ ରେଡି ଏକାକି ବ୍ୟାଟିଂ କରୁଥିଲେ ନୀତୀଶ। ତାଙ୍କର ଏହି ପଦର୍ଶନଙ୍କୁ କ୍ରିକେଟପ୍ରେମୀ କପିଳ ଦେବଙ୍କ ସହ ତୁଳନା କରୁଛନ୍ତି। ଯିଏ ଭଲ ହାରରେ ବ୍ୟାଟିଂ କରିବା ସହ ଫାଷ୍ଟ ବୋଲିଂ ମଧ୍ୟ କରୁଛନ୍ତି। କୁହାଯାଉଛି ଆଗାମୀ ଦିନରେ ଭାରତ ପାଇଁ ଟ୍ରମ୍ପକାର୍ଡ ସାଜିପାରନ୍ତି ଏହି ଫାଷ୍ଟ ବୋଲର ଅଲରାଉଣ୍ଡର।
ଚଳିତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ନୀତୀଶ ରେଡି ଡେଭ୍ୟୁ କରିଛନ୍ତି। ଆଉ ଦଳର ଭଲ ଭଲ ବ୍ୟାଟର ଯେତେବେଳେ ଫେଲ ମାରୁଛନ୍ତି, ସେତେବେଳେ ଭଲ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହ ଭଲ ସ୍କୋର କରି ଚର୍ଚ୍ଚାକୁ ଆସିଛନ୍ତି ନୀତୀଶ।
ଡେଭ୍ୟୁ ମ୍ୟାଚରେ ଚତ୍ମକାର ପଦର୍ଶନ ପରେ ଆଡିଲେଡରେ କମାଲ ଦେଖାଇ ସାରିଛନ୍ତି ନୀତୀଶ। ଆଗାମୀ ଦିନରେ ଭାରତ ପାଇଁ ସବୁ ଫର୍ମାଟରେ ଜଣେ ଦକ୍ଷ ଅଲରାଉଣ୍ଡର ଭୂମିକା ନିଭାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ।