କନକ ବ୍ୟୁରୋ : କପିଳ ଦେବଙ୍କ ପରେ ନୀତୀଶ ରେଡି । ୧୯୯୪ ପରେ ଭାରତରେ କପିଳ ଦେବଙ୍କ ସହ ତୁଳନା କରିବା ଭଳି ଜଣେ ଅଲରାଉଣ୍ଡରଙ୍କୁ ଦେଖିବାକୁ ମିଳିଛି। ଯିଏ ଭଲ ହାରରେ ବ୍ୟାଟିଂ କରିବା ସହ ଫାଷ୍ଟ ବୋଲିଂ ମଧ୍ୟ କରୁଛନ୍ତି । କୁହାଯାଉଛି ଆଗାମୀ ଦିନରେ ଭାରତ ପାଇ୍ୟ ଟ୍ରମ୍ପକାର୍ଡ ସାଜିପାରନ୍ତି ପ୍ରଥମ ଫାଷ୍ଟ ବୋଲର ଅଲରାଉଣ୍ଡର ନୀତୀଶ କୁମାର ରେଡି । ପର୍ଥ ପରେ ଆଡିଲେଡରେ କମାଲ ଦେଖାଇ ସାରିଛନ୍ତି ନୀତୀଶ। ଅଷ୍ଟ୍ରେଲିଆ ବିପକ୍ଷ ଉଭୟ ଟେଷ୍ଟରେ ଭାରତ ପାଇଁ ସଙ୍କଟ ମୋଚକ ସାଜିଥିଲେ। ଗୋଟିଏ ପଟେ ଟିମ ଇଣ୍ଡିଆର ୱିକେଟ ଯାଉଥିଲା ଅନ୍ୟପଟେ କ୍ରିଜରେ ରେଡି ଏକାକି ବ୍ୟାଟିଂ କରୁଥିଲେ।
ଭାରତର ଟ୍ରମ୍ପକାର୍ଡ ନୀତୀଶ !
ଚଳିତ ବୋର୍ଡର ଗାଭାସ୍କର ଟ୍ରଫିରେ ନୀତୀଶ କୁମାରଙ୍କ ଜବରଦସ୍ତ
୫୪.୩୩ ହାରରେ ୧୬୪ ରନ କରିଛନ୍ତି ନୀତୀଶ କୁମାର ରେଡି
୨୧ ବର୍ଷିୟ ଏହି ଅଲରାଉଣ୍ଡ ଉଭୟ ବ୍ୟାଟିଂ ଓ ବୋଲିରେ କମାଲ କରୁଛନ୍ତି
ଟେଷ୍ଟ ମ୍ୟାଚରେ ନୀତୀଶ ଆକ୍ରମଣତ୍ମକ ଭୂମିକାରେ ଖେଳୁଛନ୍ତି
ଆଡିଲେଡରେ ପ୍ରଥମ ଇନିସ୍ ସର୍ବାଧିକ ୪୨ ରନ କରିଥିଲେ ନୀତୀଶ
ଦ୍ବିତୀୟ ଇନିସରେ ମଧ୍ୟ ନୀତିଶ ଭାରତ ପକ୍ଷରୁ ସର୍ବାଧିକ ୪୨ କରିଥିଲେ
୨୧ ବର୍ଷିୟ ନୀତୀଶଙ୍କ ଘର ହେଉଛି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ
ଚଳିତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ନୀତୀଶଙ୍କ ଡେଭ୍ୟୁ
ଆଇପିଏଲରେ ହାଇଦ୍ରାବାଦ ଦଳରେ ଅଛନ୍ତି ନୀତୀଶ
୨୦୨୩ରେ ୨୦ ଲକ୍ଷ ଟଙ୍କାରେ ନୀତୀଶଙ୍କୁ କିଣିଥିଲା ହାଇଦ୍ରାବାଦ
୨୦୨୫ ଆଇପିଏଲ ପାଇଁ ନୀତଶଙ୍କୁ ୬ କୋଟିରେ ରିଟେନ ରଖିଛି ହାଇଦ୍ରାବାଦ ।