Nitish kumar poster Photograph: (kanakNews)
କନକ ବ୍ୟୁରୋ: ପଟନା ସ୍ଥିତ ଜେଡିୟୁ କାର୍ଯ୍ୟାଳୟ ବାହାରେ ଲାଗିଲା ପୋଷ୍ଟର , ଯେଉଁଥିରେ ଲେଖାଅଛି, ’ ବିହାର କା ମତଲବ୍ ନୀତୀଶ କୁମାର’ । ଏ ପୋଷ୍ଟର କହୁଛି ପାର୍ଟିର ଆତ୍ମବିଶ୍ବାସର କଥା । କାରଣ ଜେଡିୟୁ ଅଫିସିଆଲ ସୋସିଆଲ ମିଡିଆରେ ବି ପୋଷ୍ଟ ସେୟାର ହୋଇଛି, ଯେଉଁଥରେ ଲେଖାଅଛି, ଘଣ୍ଟା ଘଣ୍ଟାର ଅପେକ୍ଷା… ପୁଣି ଆସୁଛି ସୁଶାସନ ସରକାର’…
ଆଉ କିଛି ଘଣ୍ଟା ଭିତରେ ସ୍ବଷ୍ଟ ହେବ ବିହାର ବିଧାନସଭାର ପରିଣାମ । ଏବେର ଟ୍ରେଣ୍ଡ ଅନୁସାରେ, ବିହାରରେ ଏନଡିଏ ବହୁମତ ସୀମା ଟପି ଆନେକ ଆଗକୁ ଗଲାଣି । ଏଥିରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଜେଡିୟୁ ବିଜେପିଠାରୁ ଅଧିକ ଆସନ ହାତେଇଥିବାବେଳେ ଏବେ ପୁଣି ବିଜେପି ଜେଡିୟୁକୁ ଅଧିକ ଆସନ ଆଗରେ ରଖିଛି । ସେ ଯାହା ହେଲେବି ବିହାର ବିଜୟର ଶ୍ରେୟ ବିଜେପିକୁ ହିଁ ଯାଇଛି । ତଥାପି ଜେଡିୟୁ ନିଜ ସାମର୍ଥ୍ୟର ଧ୍ବଜା ଉଡ଼ାଉଛି। ପୂର୍ବରୁ ଅମିତ ଶାହ ଯାହା କରିଥିଲେ ସେୟା ବୋଧେ ହେବାକୁ ଯାଉଛି । ବିହାରରେ ବିଜେପିକୁ ଅଧିକ ଭୋଟ ମିଳିଲେ ବି ନୀତୀଶଙ୍କୁ ଦଳ ଗୁରୁତ୍ବ ଦେଇଆସିଛି । କାରଣ ତାଙ୍କ ଭାଗିଦାରୀ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ । ଆଜକୁ ବି ଏହାର ଉଦାହରଣ ଦେଖିବାକୁ ମିଳିବ । ଶାହଙ୍କ କଥା ବୋଧହୁଏ ସତ ହେବା ଯାଉଛି । ପୁଣିଥରେ ବିହାର ଶାସନ ଆସନରେ ବସିପାରନ୍ତି ନୀତୀଶ ।
Follow Us