ନୀତୀଶ କୁମାରଙ୍କ ପ୍ରେମ କାହାଣୀ : ଅଧ ରାତିରେ ବାହାରିଥିଲେ ବାଇକ୍ ଧରି...

ଆଜି ଆମେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରେମ କାହାଣୀ ବିଷୟରେ କହିବୁ, ଯାହା ଆପଣ କେବେ କେଉଁଠୁ ଶୁଣିନଥିବେ । ଯେଉଁ ନେତା ଦୀର୍ଘ ବର୍ଷ ଧରି ବିହାର ଭଳି ରାଜ୍ୟର ସତ୍ତା ସମ୍ଭାଳୁଛନ୍ତି, ଦିନେ ସେ ବି ପ୍ରେମରେ ପଡ଼ିଥିଲେ ଆଉ ନିଜ ସ୍ତ୍ରୀକୁ ଟିକେ ଦେଖିବା ପାଇଁ ବାଇକ୍ ଧରି ଅଧ ରାତିରେ ତାଙ୍କ ଘରକୁ ଚାଲିଆସିଥିଲେ ।

NITISH KUMAR LOVE STORY

NITISH KUMAR LOVE STORY Photograph: (KANAK NEWS)

କନକ ବ୍ୟୁରୋ: ବର୍ଷ ଥିଲା ୧୯୮୫ । ସେତେବେଳେ ପ୍ରଥମ କରି ବିଧାନସଭା ନିର୍ବାଚନ ଜିତି, ବିଧାୟକ ହେଇଥାନ୍ତି ନୀତୀଶ କୁମାର । ନିର୍ବାଚନ ଜିତିଲା ପରେ ଘରକୁ ଫେରନ୍ତି, ଆଉ ତାଙ୍କୁ ଜୋରଦାର ସ୍ୱାଗତ ବି କରାଯାଏ । ହେଲେ ଏ ଗହଳି ଭିତରେ ନୀତୀଶ କୁମାର କିନ୍ତୁ ଜଣକୁ ଖୋଜୁଥାନ୍ତି । ସେ ହେଲେ ତାଙ୍କ ପତ୍ନୀ ମଞ୍ଜୁ କୁମାରୀ । ହେଲେ ସେତେବେଳେ ନୀତୀଶଙ୍କ ସ୍ତ୍ରୀ ନିଜ ବାପଘରେ ଥାଆନ୍ତି । ଆଉ ଏତିକି ନୀତୀଶ ବାଇକ୍ ଧରି ବାହାରି ପଡ଼ନ୍ତି, ନିଜ ସ୍ତ୍ରୀକୁ ଭେଟିବା ପାଇଁ ବାସ୍ ସକାଳୁ ସକାଳୁ ଦୁହିଁଙ୍କ ଭେଟ ହୁଏ । ଆଉ ନୀତିଶଙ୍କୁ ମିଳେ ପ୍ରଥମ ଥର ବିଧାୟକ ହେବାର ଅସଲ ଖୁସି ।

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରେମ କାହାଣୀ ବିଷୟରେ କହିବୁ, ଯାହା ଆପଣ କେବେ କେଉଁଠୁ ଶୁଣିନଥିବେ । ଯେଉଁ ନେତା ଦୀର୍ଘ ବର୍ଷ ଧରି ବିହାର ଭଳି ରାଜ୍ୟର ସତ୍ତା ସମ୍ଭାଳୁଛନ୍ତି, ଦିନେ ସେ ବି ପ୍ରେମରେ ପଡ଼ିଥିଲେ ଆଉ ନିଜ ସ୍ତ୍ରୀକୁ ଟିକେ ଦେଖିବା ପାଇଁ ବାଇକ୍ ଧରି ଅଧ ରାତିରେ ତାଙ୍କ ଘରକୁ ଚାଲିଆସିଥିଲେ ।

୧୯୬୭ ମସିହାରେ ନୀତିଶ କୁମାର ପାଟନା କଲେଜ ଅଫ୍ ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ । ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିବା ନୀତୀଶଙ୍କୁ ତାଙ୍କ ପରିବାର ଲୋକ ଇଞ୍ଜିନିୟର ବନେଇବାକୁ ଚାହୁଁଥିଲେ । ଆଉ ଏପଟେ ଇଞ୍ଜିନିୟରିଂ ଲାଷ୍ଟ ଇୟରରେ ତାଙ୍କ ବାହାଘର ଠିକ୍ ହେଇଯାଏ, ସେତେବେଳେ ପାଟଣାର ମଗଧ କଲେଜରେ ପଢ଼ୁଥିବା ଝିଅ ମଞ୍ଜୁ କୁମାରୀ ସିହ୍ନାଙ୍କ ସହ।ବାସ୍ଏ ଇଠୁ ହିଁ ଆରମ୍ଭ ହୁଏ ଦୁହିଁଙ୍କ ଏ ମଜାଦାର ପ୍ରେମ କାହାଣୀ ।

ଆହୁରି ପଢ଼ନ୍ତୁ : ନୀତୀଶ ସରକାର; ଏଥର ଟିମ୍ ବଦଳିବ? ନା ପୁରୁଣା ହେବେ ରିପିଟ୍?

କୁହାଯାଏ ପ୍ରେମ ଆଖିରୁ ଆରମ୍ଭ ହେଇ ହୃଦୟରେ ପହଞ୍ଚେ, ହେଲେ ନୀତୀଶଙ୍କ କ୍ଷେତ୍ରରେ କିନ୍ତୁ ଏ କଥା ପୂରାପୂରି ଓଲଟା ଥିଲା । ବିବାହ ବେଦୀରେ ପହଞ୍ଚିବା ପର୍ୟ୍ୟନ୍ତ ମଧ୍ୟ ସେ ମଞ୍ଜୁଙ୍କୁ ଦେଖିନଥିଲେ । ବିନା ଦେଖା ଚାହାଁରେ ସେତେବେଳେ ମଞ୍ଜୁଙ୍କୁ ବାହା ହେବାକୁ ହଁ ଭରିଥିଲେ ନୀତୀଶ କୁମାର । ଆଉ ଯେତେବେଳେ ସେ ଶୁଣିଲେ ବାହାଘର ହେବା ପାଇଁ କନ୍ୟା ଘର ଲୋକ ୨୨ ହଜାର ଟଙ୍କା ଦେଇଛନ୍ତି, ସେତେବେଳେ ସିଧା ସିଧା ନୀତିଶ କୁମାର ଯୌତୁକ ନେବାକୁ ମନା କରିଦେଇଥିଲେ । ବିନା ଯୌତୁକରେ ମଞ୍ଜୁଙ୍କୁ ନିଜର ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ ।

ଆହୁରି ପଢ଼ନ୍ତୁ : ଆନ୍ଧ୍ର-ଓଡ଼ିଶା ସୀମାରେ ଏନକାଉଣ୍ଟର ; କୁଖ୍ୟାତ ମାଓବାଦୀ ହିଡ୍‌ମା ନିପାତ

ଗୋଟିଏ ପଟେ ନୀତିଶଙ୍କ ଦାମ୍ପତ୍ୟ ଜୀବନ ଆଉ ଅନ୍ୟପଟେ ଜେପି ଆନ୍ଦୋଳନ । ନୀତିଶ ଇଞ୍ଜିନିୟରିଂ ପଢ଼ିବା ପରେ ଚାକିରି କରିବାକୁ ମନା କରିଦେଲେ, ଆଉ ରାଜନୀତିରେ ପ୍ରବେଶ କଲେ । ଛାତ୍ର ଆନ୍ଦୋଳନରେ ସାମିଲ ହେଇ ଜେଲ ବି ଗଲେ ନୀତିଶ । ଆଉ ତା ଭିତରେ ଅଭାବ, ଅସୁବିଧା ସହ ମଞ୍ଜୁ ଘର ଚଲେଇଲେ । ୧୯୮୫ ବିଧାନସଭା ନିର୍ବାଚନରେ ନୀତିଶ ନିଷ୍ପତ୍ତି ନେଇସାରିଥାନ୍ତି, ଏ ହେଉଛି ତାଙ୍କ ଶେଷ ନିର୍ବାଚନ । ଯଦି ପୁଣିଥରେ ନିର୍ବାଚନ ହାରନ୍ତି, ତେବେ ଆଉ କେବେ ବି ନିର୍ବାଚନ ଲଢ଼ିବେନି । ହେଲେ ବିଧିର ବିଧାନ କିନ୍ତୁ ଆଉ କିଛି ଲେଖୁଥିଲା । ଦୁଇ ଦୁଇ ଥର ନିର୍ବାଚନ ହାରିସାରିଥିବା ନୀତିଶ ଏଥର କିନ୍ତୁ ବାଜି ମାରିନେଇଥିଲେ । ଲୋକଦଳ ଟିକେଟରୁ ପ୍ରଥମ ଥର ପାଇଁ ୧୯୮୫ରେ ବିଧାୟକ ବନିଥିଲେ ନୀତୀଶ କୁମାର । ଆଉ ଏହି ସମୟରେ ସେ ତାଙ୍କ ସ୍ତ୍ରୀଙ୍କୁ ଖୋଜି ବାଇକରେ ତାଙ୍କ ବାପଘରକୁ ଚାଲିଯାଇଥିଲେ ।

୧୯୮୯ରେ ନୀତିଶ ଲୋକସଭା ନିର୍ବାଚନ ଜିତି ଦିଲ୍ଲୀ ଚାଲିଗଲେ, ଆଉ ମଞ୍ଜୁ ଚାକିରି ପାଇଁ ରହିଗଲେ ବିହାରରେ । ଏ ସମୟ ଦୁହିଁଙ୍କ ପାଇଁ ବେଶ କଠିନ ଥିଲା । ହେଲେ ମଞ୍ଜୁଙ୍କ କଥା ଥିଲା ରିଟାୟାରମେଣ୍ଟ ପରେ ଦୁହେଁ ଏକାଠି ରହିବା । ହେଲେ ସେମିତି ହେଇପାରିନଥିଲା । ୨୦୦୭ରେ ନିମୋନିଆରେ ପଡ଼ି ମଞ୍ଜୁ ହସ୍ପିଟାଲରେ ଆଡମିଟ୍ ହୁଅନ୍ତି । ଆଉ ୨୦୦୭ ମେ ୧୪ ତାରିଖରେ ସବୁଦିନ ପାଇଁ ନୀତିଶଙ୍କୁ ପର କରି ଆଖି ବୁଜନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe