ନୀତିଶ ଅସନ୍ତୋଷ ! ବୁଝାଇବାକୁ ବିହାର ଯିବେ ଶାହ ?

Advertisment

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବାରମ୍ୱାର ଦଳ ବଦଳାଉଥିବାରୁ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହେ । ଖାସ କରି ଜାନୁଆରୀରେ ହିଁ ସେ ବାରମ୍ୱାର ଦଳ ବଦଳାଉଥିବା ନଜର ରହିଛି

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବାରମ୍ୱାର ଦଳ ବଦଳାଉଥିବାରୁ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହେ । ଖାସ କରି ଜାନୁଆରୀରେ ହିଁ ସେ ବାରମ୍ୱାର ଦଳ ବଦଳାଉଥିବା ନଜର ରହିଛି

Nitish Saha

Nitish Saha Photograph: (kanak news)

କନକ ବ୍ୟୁରୋ: ୪ ଦିନ ହେଲାଣି ନୀତିଶଙ୍କୁ ନେଇ ଥମୁନି ଚର୍ଚ୍ଚା । କାରଣ ସେ ଏନଡିଏ ଛାଡ଼ି ପୁଣି ଥରେ ଇଣ୍ଡି ମେଣ୍ଟକୁ ଯାଉଥିବା କୁହାଯାଉଛି । ଏହାପଛରେ ବି ଅନେକ କାରଣ ରହିଛି । ଯଦି ନୀତିଶ ଏନଡିଏ ହାତ ଛାଡନ୍ତି ତାହାଲେ କେନ୍ଦ୍ରରେ ସରକାର ହଲଚଲ ହେବ । କାରଣ ଟିଡିପି ଓ ଜେଡିୟୁ ସହାୟତାରେ ମୋଦି କେନ୍ଦ୍ରରେ ତୃତୀୟ ଥର ପାଇଁ କ୍ଷମତା ଦଖଲ କରିଛନ୍ତି । ହେଲେ ନୀତିଶ ନାରାଜ ହେବା ପରେ ଏନଡିଏ ନେତାଙ୍କ ଚିନ୍ତା ବଢିଛି । ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ଶାହାଙ୍କ ବିହାର ଗସ୍ତ । କୁହାଯାଉଛି କି, ଜାନୁଆରୀ ୫ ତାରିଖରେ ଶାହଙ୍କ ବିହାର ଗସ୍ତ ରହିଛି । ଏହି ସମୟରେ ସେ ନୀତିଶଙ୍କୁ ଭେଟିପାରନ୍ତି, ଉଭୟଙ୍କ ମଧ୍ୟରେ ଆଲୋଚନା ବି ହୋଇପାରେ । ଏହି ଆଲୋଚନା ପରେ ହିଁ ନୀତିଶ ପ୍ରକୃତରେ ନାରାଜ ଅଛନ୍ତି କି ନାହାଁନ୍ତି ସେନେଇ ସ୍ପଷ୍ଟ ହେବ ।

ଏନଡିଏ ଉପରେ ନାରାଜ ନୀତିଶ
ବିହାର ଗସ୍ତରେ ଯାଉଛନ୍ତି ଅମିତ ଶାହ
ସତରେ ନାରାଜ କି ନାହିଁ ଉଠିବ ପରଦା
ନୀତିଶଙ୍କୁ ବୁଝାଇବେ କି ଶାହ
ପୂର୍ବରୁ ଲାଲୁ କହିଛନ୍ତି, ଆମ ଦ୍ବାରା ନୀତିଶଙ୍କ ଲାଗି ଖୋଲା

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବାରମ୍ୱାର ଦଳ ବଦଳାଉଥିବାରୁ ତାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହେ । ଖାସ କରି ଜାନୁଆରୀରେ ହିଁ ସେ ବାରମ୍ୱାର ଦଳ ବଦଳାଉଥିବା ନଜର ରହିଛି । ତେଣୁ ଏବେ ସେହି ଜାନୁଆରୀ ମାସ ଥିବାରୁ ନୀତିଶ ପୁଣି ଥରେ ପଲଟୁଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ପୂର୍ବତନ ସାଂସଦ ସୁଶୀଲ ମୋଦିଙ୍କ ଜୟନ୍ତୀ କାର୍ଯ୍ୟକ୍ରମ , ଗୁରୁଦ୍ବାର ସାହେବ ଜୟନ୍ତୀ ସହ ଦଳୀୟ କର୍ମୀଙ୍କୁ ବି ସମ୍ୱୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଅବଶ୍ୟ ମଂଚରେ ନୀତିଶ ରହିବା ନେଇ ଆଲୋଚନା ହେଉଛି । ତେଣୁ ନୀତିଶଙ୍କ ସହ ଶାହ  ଆଲୋଚନା କରିବା ନେଇ ଗୋଟିଏ ପ୍ରକାର ସ୍ପଷ୍ଟ ହୋଇଛି । ଖାଲି ଏତିକି ନୁହେଁ ବରଂ ଖୁବଶୀଘ୍ର ନୀତିଶଙ୍କ ଉପରୁ ପରଦା ଉଠିବ ବୋଲି କୁହାଯାଉଛି । 

ଏନଡିଏରେ ମିଶିବା ପରେ
ନୀତିଶ କହିଥିଲେ ମୁଁ ଏନିଡିଏ କେବେ ଛାଡିବି ନାହିଁ

ଯେବେ ଇଣ୍ଡି ମେଣ୍ଟ ଛାଡ଼ି ଏନଡିଏରେ ନୀତିଶ କୁମାର ସାମିଲ ହୋଇଥିଲେ ସେବେ ନୀତିଶ କହିଥିଲେ ମୁଁ ଆଉ କେବେ ଏନଡିଏ ଛାଡିବି ନାହିଁ । ଏମିତିକି ମୋଦି ଶପଥ ନେବା ବେଳେ ସଂସଦରେ ମୋଦିଙ୍କ ପାଖରେ ବସି ବେଶ ହାସ୍ୟତ୍ମକ ଶୈଳୀରେ ନୀତିଶ କଥା ହେଉଥିବାର ନଜର ଆସିଥିଲେ । ହେଲେ ଏବେ ଏନଡିଏ ଛାଡୁଥିବା ଚର୍ଚ୍ଚା ଆରମ୍ଭ ହେବା ପରେ ନୀତିଶଙ୍କ କଥାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । 

ନୀତିଶ ମୁଖ୍ୟମନ୍ତ୍ରୀ ହେବା ପଛରେ ବିଜେପି

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ ହେବା ପଛରେ ବିଜେପିର ହିଁ ହାତ ରହିଛି । ଖାଲି ଏତିକି ନୁହେଁ ବରଂ ବିଜେପି ଯେଉଁ କଥା ଦିଏ ତାହାକୁ କରୁଥିବା ନଜିର ବି ରହିଛି । ନୀତିଶଙ୍କ ପ୍ରଥମେ ମୁଖ୍ୟମନ୍ତ୍ରୀ କରିବା ପଛରେ ହିଁ ବିଜେପିର ହାତ ରହିଥିଲା ଏବେ ବି ନୀତିଶଙ୍କ ହାତ ଛାଡିନି ବିଜେପି । ୨୦୨୦ ମସିହାରେ ବିଜେପି କହିଥିଲା, ଆମ ଲକ୍ଷ ସଫଳ ହେଲେ ନୀତିଶ ହିଁ ସିଏମ ହେବେ, ପରବର୍ତ୍ତୀ ସମୟରେ ନୀତିଶ ହିଁ ସିଏମ ହୋଇଥିଲେ । ଯେଉଁ ସମୟରେ ଜେଡିୟୁ ପାଖରେ ମାତ୍ର ୪୩ ବିଧାୟକ ଥିଲେ ସେହି ସମୟରେ ବିଜେପି ପାଖରେ ଥିଲେ ୭୪ ବିଧାୟକ । ସଂଖ୍ୟା ଗଣିତକୁ ତର୍ଜମା କଲେ ବିଜେପିର ପ୍ରାର୍ଥୀ ହିଁ ମୁଖ୍ୟମନ୍ତ୍ରୀ ହେବାର କଥା ଥିଲା । ହେଲେ ବି ନୀତିଶଙ୍କ କାନ୍ଧରେ ମୋଦି ସିଏମ ଚୌକିର ଦାୟିତ୍ବ ଦେଇଥିଲେ । 

ଆରଜେଡି କଥାରେ ରାଜି ହୋଇ ଏନଡିଏ ଛାଡିଥିଲେ

ବିଜେପିର ସହଯୋଗରେ ସିଏମ ହେବା ପରେ ବି ପରବର୍ତ୍ତୀ ସମୟରେ ଆରଜେଡି କଥାରେ ଏନଡିଏ ଛାଡିଥିଲେ ନୀତିଶ । ୨ ବର୍ଷ ସରକାର କରିବା ପରେ ନୀତିଶଙ୍କୁ ଲାଗିଥିଲା କି, ଏନଡିଏର କଥା ଯାହା କାମ ସେଇୟା । ହେଲେ ଆରଜେଡିର କଥା ଗୋଟାଏ କାମ ଆଉ ଗୋଟାଏ । ଚାପ ଏତେ ଥିଲା ଯେ ୨୦୨୫ ନିର୍ବାଚନ ତେଜସ୍ବୀ ଯାଦବ ନେତୃତ୍ବରେ ହିଁ ଲଢାଯିବ ବୋଲି ନୀତିଶ କହିବାକୁ ବାଧ୍ୟ ହେଲେ ।

ଇଣ୍ଡି ମେଣ୍ଟର ବାଧ୍ୟରେ ଯାଇ ହଇରାଣ ହେଲେ ନୀତିଶ

ଆରଜେଡି ସହ ସାମିଲ ହେବା ପରେ ନୀତିଶ ନିଜ ଇଚ୍ଛାରେ କିଛି ବି କରିପାରୁନଥିଲେ । ଲାଲୁଙ୍କ ଚାପ ସାମ୍ନାରେ ନୀତିଶ ହାର ମାନିଥିଲେ । ଏମିତିକି ନୀତିଶଙ୍କୁ ବିହାରରୁ ଆଉଟ୍‌ କରି ତେଜସ୍ବୀଙ୍କୁ ସିଏମ ଚୌକି ଦେବା ପାଇଁ ଲାଲୁ ପ୍ଲାନ କଲେ । ଏହି ଭିତ୍ତିରେ ସୋନିଆଙ୍କ ସହ ନୀତିଶଙ୍କୁ ଭେଟାଇଥିଲେ ଲାଲୁ । ଅବଶ୍ୟ ନୀତିଶ ପିଏମ ରେସ୍‌ରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଥିଲେ । ହେଲେ ଲାଲୁଙ୍କ ଚାପରେ ଘାଇଲା ହୋଇ ଦିଲ୍ଲୀ ଯାଇ ଆଲୋଚନା କରିଥିଲେ ନୀତିଶ ।


ଲୋକସଭା ନିର୍ବାଚନରେ ବି ହଇରାଣ ହେଲେ ନୀତିଶ !

ଆରଜେଡି ସହ ସରକାର କରିଥିବା ବେଳେ ଲୋକସଭା ନିର୍ବାଚନ ଲାଗି ସିଟ୍‌ ଆବଣ୍ଟନ କରିବା ଲାଗି ନୀତିଶ ପ୍ରସ୍ତୁତ ହେଲେ । କିନ୍ତୁ ଲାଲୁ କହିଥିଲେ, ଲୋକସଭା ନିର୍ବାଚନକୁ ଆହୁରି ସମୟ ଅଛି । ଏବେଠୁ ତରତର ହେବାର ଆବଶ୍ୟକତା ନାହିଁ । ଏମିତିକି ନୀତିଶ ଯେତିକି ସିଟ୍‌ ଚାହୁଁଥିଲେ ସେତିକି ମିଳିବନି ଜାଣିବା ପରେ ଆରଜେଡି ଛାଡି ଏନଡିଏ ମେଣ୍ଟର ସାମିଲ ହେଲେ ଏବଂ ଯେତିକି ଲୋକସଭା ଆସନ ଚାହୁଁଥିଲେ ସେତିକି ପାଇଗଲେ । 


ନୀତିଶ ନାରାଜ ହେଲେ କାହିଁକି ?

ଯେଉଁ ପରିସ୍ଥିତିରେ ନୀତିଶଙ୍କୁ ହଇରାଣ କରିଥିଲେ ଆରଜେଡି ବା ଇଣ୍ଡିର ନେତାମାନେ । ସେହି ସମୟରେ ବିଜେପି ହିଁ ତାଙ୍କୁ ଶାହା ହୋଇଥିଲା । ଖାଲି ଶାହା ହୋଇଥିଲା ତାହା ନୁହେଁ ବରଂ ନୀତିଶଙ୍କ ମନପସନ୍ଦର ସିଟ୍‌ ଓ ସିଏମ ପଦ ବି ମିଳିଲା । ଏହା ପରେ ବି ନୀତିଶ କାହିଁକି ଅଶାନ୍ତି ହେଉଥିଲେ ସେନେଇ ଏବେ ପ୍ରଶ୍ନ ଉଙ୍କି ମାରୁଛି । କୁହାଯାଉଛି କି, ମହାରାଷ୍ଟ୍ରରେ ସିନ୍ଦେଙ୍କୁ ପୁଣି ଥରେ ସିଏମ ପଦ ଦେଲା ନାହିଁ ଏନଡିଏ । ଅବଶ୍ୟ ଏହି କଥାରେ ସତାସତ୍ୟ ନାହିଁ । କାରଣ ଶିବସେନା ଅପେକ୍ଷା ବିଜେପି ପ୍ରାର୍ଥୀ ଅଧିକ ସଂଖ୍ୟାରେ ବିଜୟ ହୋଇଥିଲେ, ତେଣୁ ସିଏମ ଚୌକି ବିଜେପି ଖାତାକୁ ଗଲା । ପୂର୍ବରୁ ଜେଡିୟୁର ପ୍ରାର୍ଥୀଙ୍କ ସଂଖ୍ୟାଠାରୁ ବିଜେପିର ବିଜୟ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ଥିବା ପରେ ବି ନୀତିଶ ହିଁ ସିଏମ ହୋଇଥିଲେ । କାରଣ ନୀତିଶଙ୍କ ନେତୃତ୍ବରେ ବିହାରରେ ନିର୍ବାଚନକୁ ଓହ୍ଲାଇଥିଲେ ଏନଡିଏ । ଏହାପରେ ବି ନୀତିଶ ଅସନ୍ତୋଷ ହେବା କଥା ସାମ୍ନାକୁ ଆସିବା ପରେ ଶାହଙ୍କ ଗସ୍ତ ରହିଥିବାରୁ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe