କନକ ବ୍ୟୁରୋ: ନୀତିନ ଗଡ଼କରୀଙ୍କ ଏହି ବୟାନକୁ ନେଇ ଏବେ ଜାତୀୟ ରାଜନୀରତିରେ ଚର୍ଚ୍ଚା । ଆଜିକା ଦିନରେ ବେକାରି ସମସ୍ୟା ସବୁଠୁ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ଏକ ସଭାରେ ଗଡ଼କରୀ ମଜାକ ମଜାକରେ କହିଛନ୍ତି, ’ମୁଁ ଭଗବାନଙ୍କ ନିକଟରେ କୃତଜ୍ଞ । ସେ ବ୍ରାହ୍ମଣ ଜାତିକୁ ସଂରକ୍ଷଣ ଗୋଷ୍ଠୀରେ ରଖିନାହାନ୍ତି ।କେହି ନିଜ ଜାତି ଦମରେ ନୁହେଁ ବରଂ ନିଜ ଉପଲବ୍ଧି , ଏବଂ ଅନ୍ତର୍ନିହିତ ଗୁଣକୁ ନେଇ ମହାନ୍ ହୁଏ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ହଲ୍ବା ସମାଜ ମହାସଂଘର ସ୍ବର୍ଣ୍ଣ ଜୟନ୍ତିକୁ ସମ୍ବୋଧନ କରୁଥିବାବେଳେ ଏପରି ବୟାନ ଦେବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି ।

Advertisment

ଗଡ଼କରୀ ଆହୁରି କହିଛନ୍ତି , ’ସବୁ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଅତି ସମ୍ବୋଦନଶୀଳ । ମୁଁ  ଗତ ୫୦ ବର୍ଷ ଭିତରେ ଲୋକଙ୍କୁ କାମ ଯୋଗାଇବାରେ ପୂରା ଚେଷ୍ଟା କରିଛି । ଖାଲି ଏତିକି ନୁହେଁ ଅନେକ ଲୋକଙ୍କର ଚାକିରି ବଞ୍ଚାଇବାରେ ମଧ୍ୟ ଆମେ ସଫଳ ହୋଇଛୁ । ଆସନ୍ତା ଦିନରେ ମଧ୍ୟ ଏହି ପ୍ରୟାସ ଜାରି ରହିବ । ସମାଜର ବାସ୍ତବିକ ବିକାଶ ପାଇଁ ଏକ ସୁଚିନ୍ତିତ ଯୋଜନା ପ୍ରସ୍ତୁତି ଜରୁରି । ଆମ ସମାଜରେ ଯେଉଁ ଡାକ୍ତର ଓ ଇଞ୍ଜିନିୟର ଅଛନ୍ତି  ପ୍ରଥମେ ସେମାନଙ୍କୁ ସମୀକ୍ଷା କରିବା ଦରକାର । ମୁଁ ସବୁବେଳେ କହିଛି ପ୍ରଥମେ ନିଜେ ଆତ୍ମନିର୍ଭରଶୀଳ ହୁଅ  ତା’ ପରେ କାମ କର ।ମୁଁ ମୋ ଅନୁଭବରୁ କହୁଛି, ବିନା ପଇସାରେ କିଛି କରିହେବନି । ଯଦି ଜଣେ କଳା ଓ କୌଶଳ ଶିଖେ ତାହେଲେ ଭଲ ଉନ୍ନତି କରିପାରବ’ ।

’ସମାଜରେ ଧନ ଓ ଶିକ୍ଷା ତ ଆସିଛି  କିନ୍ତୁ ତା ସହ ବଡ଼ ବିପଦ ବି ଘନେଇ ଆସୁଛି। କାରଣ ମୁଁ ଦେଖୁଛି ଛୋଟ ପିଲାଙ୍କଠାରେ ସଂସ୍କାରର ଅଭାବ ଦେଖାଯାଉଛି । ଯୁବ ସମାଜକୁ ନିଶା ଓ ମଦ ଘାରିଛି । ତେଣୁ ଏବେ ବରିଷ୍ଠ ଲୋକଙ୍କ  ଦାୟିତ୍ବ ସବୁଠୁ ଗୁରୁତ୍ବପୂର୍ଣ୍ଣ ଯେ ସେମାନେ ସମାଜକୁ ସୁଧାରିବା ପାଇଁ ପ୍ରୟାସ କରନ୍ତୁ’ ।

ନୀତିନ ଗଡ଼କରୀ ଅନେକ ସମୟରେ ଭିନ୍ନ ଭିନ୍ନ ବୟାନକୁ ନେଇ ଚର୍ଚ୍ଚିତ ହୋଇଛନ୍ତି । କିଛି ମାସ ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଇଥିବା ବୟାନ ବି ହଇଚଇ ସୃଷ୍ଟି କରିଥିଲା । ଗଡ଼କରୀ କହିଥିଲେ , ’ ମୁଁ ଯେଉଁ ଫିଲ୍ଡରେ କାମ କରୁଛି ସେଠି ସତ କହିବା ମନା । ଏଠି ଯିଏ ଲୋକଙ୍କୁ ଯେତେ ବୋକା ବନାଇପାରିଲା ସିଏ ସେତେ ଭଲ ନେତା । ଏଠି ସଟକଟ୍ ବଢ଼ିଆ କାମ ଦିଏ , ଯାହାର ପରବର୍ତ୍ତୀ ପରିଣାମ ଭାରି ଭୟାବହ ’ । ସବୁବେଳେ ବୟାନକୁ ନେଇ ଖବର ସାଉଁଟୁଥିବା ଗଡ଼କରୀ ଏବେ ବ୍ରାହ୍ଣଣ ଆଉ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଖବରରେ ।