ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପରିବହନ ମନ୍ତ୍ରୀ ଗଡକରୀଙ୍କ ଉତ୍ତର, କହିଲେ  ଦୁଇଚକିଆ ଯାନରେ ଲାଗିବନି ଟୋଲ ଟ୍ୟାକ୍ସ

ଗଡକରୀ ଲେଖିଛନ୍ତି, ମୁଁ ସ୍ପଷ୍ଟ କରୁଛି ଏଭଳି କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହାସହ ସେ ଯେଉଁ ଗଣମାଧ୍ୟମମାନେ ଏଭଳି ଖବର ପ୍ରସାରଣ କରିଥିଲେ ସେମାନଙ୍କୁ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି ଯେ, କିଛି ଗଣମାଧ୍ୟମ ବ୍ରେକିଂ ନ୍ୟୁଜ୍ ନାମରେ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏହା ସୁସ୍ଥ ସାମ୍ବାଦିକତାର ଲକ୍ଷଣ ନୁହେଁ । ଏଭଳି ପତ୍ରକାରିତାକୁ ମୁଁ ଦୃଢ ନିନ୍ଦା କରୁଛି । 

gadkari75

କନକ ବ୍ୟୁରୋ : ଦେଶର କିଛି ଗଣମାଧ୍ୟମ ଆଜି ଏଭଳି ଏକ ଖବର ପ୍ରଚାର କରିଥିଲେ । ଯେଉଁଥିରେ ଲେଖାଥିଲା କି, ଜୁଲାଇ ୧୫ ତାରିଖରୁ ରାଜପଥରେ ଯାଉଥିବା ଦୁଇଚକିଆ ଯାନ ପାଇଁ ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏନେଇ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଲେଖିଛନ୍ତି କି, ଏହା ଏକ ଭୁଲ ଖବର । 

ଗଡକରୀ ଲେଖିଛନ୍ତି, ମୁଁ ସ୍ପଷ୍ଟ କରୁଛି ଏଭଳି କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହାସହ ସେ ଯେଉଁ ଗଣମାଧ୍ୟମମାନେ ଏଭଳି ଖବର ପ୍ରସାରଣ କରିଥିଲେ ସେମାନଙ୍କୁ କଟାକ୍ଷ କରିଛନ୍ତି । ସେ ଲେଖିଛନ୍ତି ଯେ, କିଛି ଗଣମାଧ୍ୟମ ବ୍ରେକିଂ ନ୍ୟୁଜ୍ ନାମରେ ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏହା ସୁସ୍ଥ ସାମ୍ବାଦିକତାର ଲକ୍ଷଣ ନୁହେଁ । ଏଭଳି ପତ୍ରକାରିତାକୁ ମୁଁ ଦୃଢ ନିନ୍ଦା କରୁଛି । 

ସୂଚନା ଥାଉ କି, ଚଳିତ ମାସ ୧୮ ତାରିଖରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରି ସୋସିଆଲ ମିଡିଆରେ ଫାଷ୍ଟଟ୍ୟାଗ୍ ପାସ ସ୍କିମ୍ ଘୋଷଣା କରିଥିଲେ । ଏହି ସ୍କିମର ଅବଧି ଓ ଅନ୍ୟ ସର୍ତ୍ତ ମଧ୍ୟ ଘୋଷଣା କରିଥିଲେ । ଏଥିରେ ମେଟ୍ରୋ ସହରଗୁଡିକରେ ଦୈନିକ ଯାତାୟାତ କରୁଥିବା ଲୋକଙ୍କ ପାଇଁ ସହଜ ହେବ ବୋଲି ସେ କହିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe