କପିଳାସ ଶୈବପୀଠରେ ସ୍ବାଭାବିକ ହେଲା ନୀତିକାନ୍ତି : ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ପରେ ହଟିଲା ଧାରଣା

Advertisment

ଢେଙ୍କାନାଳର କପିଳାସ ଶୈବପୀଠରେ ସ୍ବାଭାବିକ ହେଲା ନୀତିକାନ୍ତି ।  ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଓ ପ୍ରତିଶ୍ରୁତି ପରେ ସେବାୟତଙ୍କ ଧାରଣା ହଟିଛି ।  ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ୨୦ ତାରିଖରେ ବସିବ ଗୁରୁତ୍ବପୁର୍ଣ୍ଣ ବୈଠକ।

ଢେଙ୍କାନାଳର କପିଳାସ ଶୈବପୀଠରେ ସ୍ବାଭାବିକ ହେଲା ନୀତିକାନ୍ତି ।  ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଓ ପ୍ରତିଶ୍ରୁତି ପରେ ସେବାୟତଙ୍କ ଧାରଣା ହଟିଛି ।  ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ୨୦ ତାରିଖରେ ବସିବ ଗୁରୁତ୍ବପୁର୍ଣ୍ଣ ବୈଠକ।

kapilash

Photograph: (kanaknews)

କନକ ବ୍ୟୁରୋ : ଢେଙ୍କାନାଳର କପିଳାସ ଶୈବପୀଠରେ ସ୍ବାଭାବିକ ହେଲା ନୀତିକାନ୍ତି ।  ଉପଜିଲ୍ଲାପାଳଙ୍କ କ୍ଷମା ପ୍ରାର୍ଥନା ଓ ପ୍ରତିଶ୍ରୁତି ପରେ ସେବାୟତଙ୍କ ଧାରଣା ହଟିଛି ।  ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ୨୦ ତାରିଖରେ ବସିବ ଗୁରୁତ୍ବପୁର୍ଣ୍ଣ ବୈଠକ। ଏହି ବୈଠକରେ ସେବାୟତ ଛତିଶାନିଯୋଗ ଓ ପ୍ରଶାସନ ଉପସ୍ଥିତିରେ ଅବ୍ୟବସ୍ଥା ନେଇ ଆଲୋଚନା ହେବ ।  ପୁଲିସର ମନମାନିକୁ ନେଇ ସେବାୟତ ମାନେ ନୀତିକାନ୍ତି ବନ୍ଦ କରିଥିଲେ। ମହାଶିବରାତ୍ରିରେ ମହାବିଭ୍ରାଟ ଦେଖାଦେଇଥିଲା ।

ସୂଚନା ଅନୁଯାୟୀ ମହାପ୍ରଭୁଙ୍କ ପାଇଁ ଚକାପିଠା ପ୍ରସ୍ତୁତି ପାଇଁ ବଟା ହୋଇଥିବା ବିରି ଓ ନାଗାଉରଣ ବେଶ ପାଇଁ ଅଳଙ୍କାର ଦେଓଗାଁ ଜଗନ୍ନାଥ ମନ୍ଦିରରୁ ସେବାୟତମାନେ ନେଇ ଯାଉଥିବାବେଳେ ବାରବାଙ୍କ ରାସ୍ତାରେ ପୋଲିସ ସେବାୟତଙ୍କୁ ଛାଡ଼ିନଥିଲେ। ଏହାର ପ୍ରତିବାଦରେ ସେବାୟତମାନେ ଧାରଣା ଦେଇଛନ୍ତି। ଦେବୋତ୍ତର ବିଭାଗ ଅଧିକାରୀ ଓ କର୍ମଚାରୀମାନେ ବୁଝାସୁଝା କରି ବିଫଳ ହୋଇଥିବା ଜଣାପଡ଼ିଛି ।

 ମହାଶିବରାତ୍ରୀରେ ମହାପ୍ରଭୁ ଉପବାସରେ ରହିବାକୁ ନେଇ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସ ହିତ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଛି ।ଜିଲ୍ଲା ପ୍ରଶାସନ ସେବାୟତମାନଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ୱାଭାବିକ ହୋଇଛି. ଆସନ୍ତା ୨୦ ତାରିଖରେ ପ୍ରଶାସନ ସହ ଆଲୋଚନା ପାଇଁ ପ୍ରତିଶୃତି ମିଳିବା ପରେ ସ୍ୱାଭାବିକ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe