କନକ ବ୍ୟୁରୋ : ପ୍ୟାରିସ ପାରା ଅଲିମ୍ପିକ୍ସରେ ଚମକିଲେ ଭାରତୀୟ । ଇତିହାସ ରଚିଛନ୍ତି ନୀତେଶ କୁମାର । ଷ୍ଟାର ଶଟଲର ପ୍ରଥମ ଥର ପାଥଁ କୌଣସି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ଏକକ ବ୍ୟାଡମିଂଟନର ଏସଏଲ ୩ବର୍ଗରେ ନୀତେଶ ସ୍ବର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ପ୍ରତିଦ୍ବନ୍ଦୀଙ୍କ ସହ ୭୯ ମିନିଟ ଧରି ଲଢ଼େଇ କରି ସଫଳ ହୋଇଛନ୍ତି । ସେପଟେ ପୁରୁଷ ଡିସ୍‌କସ୍‌ ଥ୍ରୋ ଏଫ୫୬ ଇଭେଣ୍ଟରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ରୌପ୍ୟ ଜିତିଛନ୍ତି ଯୋଗେଶ କଥୁନିଆ। ୨୭ ବର୍ଷୀୟ ଯୋଗେଶ ୪୨.୨୨ ମିଟର ଥ୍ରୋ ସହିତ ରୌପ୍ୟ ହାତେଇଛନ୍ତି। ଲଗାତର ଭାବେ ଦ୍ଵିତୀୟ ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ। ଏହା ପୂର୍ବରୁ ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ରୌପ୍ୟ ଜିତିଥିଲେ। ଏହି ଇଭେଣ୍ଟରେ ବ୍ରାଜିଲର ବତିସ୍ତା ଡସ୍ ସାଣ୍ଟୋସ୍ କ୍ଲାଉଡିନି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବତିସ୍ତା ୪୬.୮୬ ମିଟରର ସର୍ବୋତ୍ତମ ଥ୍ରୋ ସହିତ ଏହି ସଫଳତା ହାସଲ କରିଛନ୍ତି। ଅପରପକ୍ଷେ ଗ୍ରୀସ୍‌ର ଜୋନିସ୍ କନ୍‌ଷ୍ଟାଣ୍ଟିନୋସ୍ ୪୧.୩୨ ମିଟର ଥ୍ରୋ ସହିତ କାଂସ୍ୟ ପଦକ ନିଜ  ନାଁରେ କରିଛନ୍ତି।