ଜେଡିୟୁ ମୁଖ୍ୟ ହୋଇପାରନ୍ତି ନିଶାନ୍ତ କୁମାର

Advertisment

ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଜନତା ଦଳ (ୟୁନାଇଟେଡ)ର ମୁଖ୍ୟ କରାଯାଇପାରେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଭରିବା ପରେ ଏନେଇ ଚର୍ଚ୍ଚା ବଢ଼ିଛି।

ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଜନତା ଦଳ (ୟୁନାଇଟେଡ)ର ମୁଖ୍ୟ କରାଯାଇପାରେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଭରିବା ପରେ ଏନେଇ ଚର୍ଚ୍ଚା ବଢ଼ିଛି।

nisanta kumar

Photograph: (kanaknews)

କନକବ୍ୟୁରୋ : ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଜନତା ଦଳ (ୟୁନାଇଟେଡ)ର ମୁଖ୍ୟ କରାଯାଇପାରେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଭରିବା ପରେ ଏନେଇ ଚର୍ଚ୍ଚା ବଢ଼ିଛି। ନୀତୀଶ ଦଳର ଦାୟିତ୍ବ ଭାର ପୁଅକୁ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ନୀତୀଶ ରାଜ୍ୟସଭା ପାଇଁ ନାମାଙ୍କନ ଭରିବା ପରେ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ନିଶାନ୍ତ କୁମାରଙ୍କୁ ଦଳ ନେତୃତ୍ବ ଦେବାକୁ କେତେକ ପସନ୍ଦ କରୁନାହାନ୍ତି। ଜେଡି (ୟୁ) କାର୍ଯ୍ୟକାରୀ ଜାତୀୟ ସଭାପତି ସଞ୍ଜୟ ଝା, କେନ୍ଦ୍ରମନ୍ତ୍ରୀ ଲଲନ ସିଂହ ଓ ବିହାରରେ ମନ୍ତ୍ରୀ ଥିବା ଅଶୋକ ଚୌଧୁରୀ ଓ ବିଜୟ ଚୌଧୁରୀ ମଧ୍ୟ ଦଳର ସଭାପତି ହେବା ଦୌଡ଼ରେ ଅଛନ୍ତି 

ଅଧିକ ପଢନ୍ତୁ ... ନେପାଳ ସାଧାରଣ ନିର୍ବାଚନ: ବିପୁଳ ବିଜୟ ଦିଗରେ ଜେନ୍‌ ଜିଙ୍କ ପସନ୍ଦ ବାଲେନ୍‌ ଶାହ

 ତେବେ ଏହି ନେତାମାନଙ୍କୁ ନେଇ ଦଳରେ ଏକମତ ନଥିବାବେଳେ ନିଶାନ୍ତ କୁମାର ଦଳର ଆଗାମୀ ସଭାପତି ହେଲେ ଏକତା ବଜାୟ ରହିବ ବୋଲି କେତେଜଣ କହିଛନ୍ତି। ଦଳର ନେତୃତ୍ବ ସମ୍ପର୍କରେ ଆଲୋଚନା କରିବାକୁ ନୀତୀଶ କୁମାରଙ୍କ ନେତୃତ୍ବରେ ଶୁକ୍ରବାର ବୈଠକ ଅନୁଷ୍ଠିତ ହେବ। ନୀତୀଶ ରାଜ୍ୟସଭା ଯିବା ପରେ ଦଳୀୟ କାର୍ଯ୍ୟରେ କିପରି ସ୍ଥିରତା ବଜାୟ ରହିବ ଓ ସହଜରେ କ୍ଷମତା ପରିବର୍ତ୍ତନ ହୋଇପାରିବ ସେ ନେଇ ଆଲୋଚନା କରାଯିବ। ନିଶାନ୍ତ କୁମାର ଏପର୍ଯ୍ୟନ୍ତ ଭୋଟ ରାଜନୀତିରୁ ଦୂରେଇ ରହିଥିଲେ। ନିଶାନ୍ତ ପେସାରେ ଜଣେ ଇଞ୍ଜିନିୟର ହୋଇଥିବାରୁ ଯୁବପିଢ଼ି ଓ ପ୍ରଫେସନାଲଙ୍କ ସମର୍ଥନ ତାଙ୍କ ଦଳକୁ ମିଳିବ ବୋଲି କୁହାଯାଇଛି।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe