କନକବ୍ୟୁରୋ : ଗାଁ ଦାଣ୍ଡରେ ନିଶାଡିଙ୍କ ଆତଙ୍କ, ମଦ ପିଇ ଗାଡ଼ି ଚଳାଇ ଘଟାଇଲେ ସିରିଜ ଦୁର୍ଘଟଣା। ଦୁଇ ବାଇକକୁ ଧକ୍କା ଦେଇ ଭାଙ୍ଗିଦେବା ସହ ନାବାଳିକାଙ୍କ ଗୋଡ଼ ଉପରେ ଚଢାଇଦେଲେ ଗାଡ଼ି।
୩ ଯୁବକଙ୍କୁ କାବୁ କରି ପୋଲିସର ଜିମା ଦେଲେ ଗ୍ରାମବାସୀ। କଟକ ବାରଙ୍ଗ ଥାନା ଗୋଡିସାହି ଗାଁରେ ନିଶାସକ୍ତ ଯୁବକ ମାନେ ଏଭଳି ଉନ୍ମୁକ୍ତ କାଣ୍ଡ ଭିଆଇଥିବା ଦେଖିବାକୁ ମିଳିଛି । ରବିବାର ରାତି ପ୍ରାୟ ୯ଟା ସମୟରେ ନିଶାସକ୍ତ ଅବସ୍ଥାରେ ଏକ କାରରେ ୫ଜଣ ଯୁବକ ଗାଁ ଭିତରେ ବେପରୁଆ ଭାବେ ଗାଡ଼ି ଚଳାଇବା ସହ ଆତଙ୍କ ଖେଳାଇଥିଲେ ।
ଗାଁ ଦାଣ୍ଡରେ ଯାଉଥିବା ଜଣେ ୭ବର୍ଷୀୟା ନାବାଳିକାକୁ ଧକ୍କା ଦେବା ସହ ଗୋଡ଼ ଉପରେ ଚଢିଯାଇଥିଲା କାର। ଉପସ୍ଥିତ ଲୋକେ ପାଟି କରିବାରୁ କାରଟି ବେଗ ବଢାଇ ଗାଁରୁ ଖସିଯିବାକୁ ଉଦ୍ୟମ କରିବା ସମୟରେ ଦୁଇଟି ବାଇକକୁ ମଧ୍ୟ ଧକ୍କା ଦେଇ କ୍ଷତିଗ୍ରସ୍ତ କରିଛି ।
ଗାଁ ଲୋକେ ଗାଡ଼ିଟିର ପିଛା କରି ଯିବା ସମୟରେ ଏହା ଭାରସାମ୍ୟ ହରାଇ ବିଲ ମଧ୍ୟରେ ପଶିଯାଇଥିଲା । କାରରେ ଥିବା ୫ଜଣ ନିଶାସକ୍ତ ଯୁବକ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ କାବୁ କରି ପୋଲିସର ଜିମା ଦିଆଯାଇଛି । ଏହି ନିଶାସକ୍ତ ଯୁବକ ମାନେ ଭୁବନେଶ୍ବର ରସୁଲଗଡ଼ ଅଞ୍ଚଳର ବୋଲି ଜଣାପଡିଛି । ଧରାପଡିଥିବା ୩ଜଣ ଯୁବକଙ୍କ ସୂଚନା ଆଧାରରେ ଆଉ ଦୁଇ ଜଣଙ୍କୁ ଖୋଜୁଛି ପୋଲିସ । ସେପଟେ ଦୁର୍ଘଟଣାରେ ଆହତ ନାବାଳିକାର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାକୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/cHYdHuVuUJtvNxqOO1ID.jpg)