ପୁଣି ସୀମା ଟପିଲେ ନିଶା ମହାରଣା । ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ ।

Advertisment

ପୁଣି ସୀମା ଟପିଲେ ନିଶା ମହାରଣା । ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ । କୋରାପୁଟ ବୈପାରୀଗୁଡ଼ାରେ ଆସିଲା ଅଭିଯୋଗ ।

ପୁଣି ସୀମା ଟପିଲେ ନିଶା ମହାରଣା । ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ । କୋରାପୁଟ ବୈପାରୀଗୁଡ଼ାରେ ଆସିଲା ଅଭିଯୋଗ ।

'ସୀମା ଡେଇଁଲେ ଠେଙ୍ଗା ପାହାର'

Photograph: (google)

 କନକ ବ୍ୟୁରୋ :  ପୁଣି ସୀମା ଟପିଲେ ନିଶା ମହାରଣା, ଯାତ୍ରା ମଞ୍ଚରେ କଲେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ । କୋରାପୁଟ ବୈପାରୀଗୁଡା ସଦର ମହକୁମା ଠାରେ ଅନୁଷ୍ଠିତ ହେଉଥିବା ପାର୍ବତୀ ଗଣନାଟ୍ୟର ଯାତ୍ରା ମଞ୍ଚ ଉପରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଗୁରୁବାର ରାତିରେ ଏଭଳି ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି । ଏପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଲିଳ ନୃତ୍ୟ ପରିବେଷଣ କଲେ ଠେଙ୍ଗାପାହାର ହେବ ବୋଲି  ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି।  ସେଥିପାଇଁ ୧୦୦ ଟି ଠେଙ୍ଗା କିଣିକି ଥୋଇଛି  ବୋଲି ବିଧାୟକ କହିଛନ୍ତି। 

ନୃତ୍ୟ ନାଁରେ ଅଙ୍ଗ ପ୍ରଦର୍ଶନକୁ ଘୋର ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଯାତ୍ରା ମଞ୍ଚ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ ଉପରେ କଟକଣା ଲଗାଇବାକୁ ବିଭିନ୍ନ ସ୍ତରରେ ଦାବି ହେଉଛି। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ମଧ୍ୟ ଏନେଇ ଚେତାବନୀ ଦେଇଛି। ତେବେ ନିଶା ମହରାଣା ଓ ଅନ୍ୟ ଆଇଟମ୍ ଗାର୍ଲ ମାନେ ଏହି ଚେତାବନୀକୁ ଫୁ କରି ଉଡ଼ାଇଦେବା ସହ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe