ସବୁଠୁ ଅଧିକ ଥର ବଜେଟ୍ ଆଗତ କରିଛନ୍ତି ଏହି ନେତା । ଆଜି ପର୍ଯ୍ୟନ୍ତ ଭାଙ୍ଗିନି ରେକର୍ଡ । ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଯାହାକି ଏକ ରେକର୍ଡ । ଏହା ପୂର୍ବରୁ ଦେଶର କୌଣସି ଅର୍ଥମନ୍ତ୍ରୀ ଲଗାତାର ଏତେଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିନଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ବି ସବୁଠୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ମୋରାର ଜୀ ଦେଶାଇଙ୍କ ନାଁରେ ରହିଛି

ଅଦ୍ୟତନ ହୋଇଛି
ସବୁଠୁ ଅଧିକ ଥର ବଜେଟ୍ ଆଗତ କରିଛନ୍ତି ଏହି ନେତା

ସବୁଠୁ ଅଧିକ ଥର ବଜେଟ୍ ଆଗତ କରିଛନ୍ତି ଏହି ନେତା Photograph: (KanakNews )

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲଗାତାର ଅଷ୍ଟମ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଯାହାକି ଏକ ରେକର୍ଡ । ଏହା ପୂର୍ବରୁ ଦେଶର କୌଣସି ଅର୍ଥମନ୍ତ୍ରୀ ଲଗାତାର ଏତେଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିନଥିଲେ । ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏବେ ବି ସବୁଠୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ମୋରାର ଜୀ ଦେଶାଇଙ୍କ ନାଁରେ ରହିଛି । ନିଜର ଅଲଗା ଅଲଗା କାର୍ୟ୍ୟକାଳ ଭିତରେ ସବୁଠୁ ଅଧିକ ଥର ଦେଶର ବଜେଟ୍ ଉପସ୍ଥାପନ କରିଛନ୍ତି ମୋରାର ଜୀ ଦେଶାଇ ।

ଜାଣିରଖିବା ଉଚିତ୍ ଯେ, ୨୦୧୯ ମସିହା ଲୋକସଭା ନିର୍ବାଚନରେ ବିଜେପିର ବିଜୟ ପରେ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ବନିଥିଲେ ନିର୍ମଳା ସୀତାରମଣ । ସେହିବର୍ଷ ୨୦୧୯-୨୦ରେ ସେ ଅର୍ଥମନ୍ତ୍ରୀ ଭାବେ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ । ସେବେଠାରୁ ଆଜି ପର୍ୟ୍ୟନ୍ତ ଲଗାତାର ସେ ହିଁ ଦେଶର ବଜେଟ୍ ଉପସ୍ଥାପନ କରି ଆସୁଛନ୍ତି । ତେବେ ମୋଦୀ ୩.୦ ସରକାରର ଏହା ପ୍ରଥମ ବଜେଟ୍ ହେବାକୁ ଯାଉଥିବାବେଳେ, ନିର୍ମଳାଙ୍କର ଏହା ହେବ ୮ମ ବଜେଟ୍ ।

ତେବେ ରୋଚକ କଥା ହେଲା, ପୂର୍ବ ପ୍ରଧାନମନ୍ତ୍ରୀ ମୋରାର ଜୀ ଦେଶାଇ ମୋଟ୍ ୧୦ଥର ବଜେଟ୍ ଉପସ୍ଥାପନ କରିଛନ୍ତି । ଯାହାକି ଆଜି ପର୍ୟ୍ୟନ୍ତ ଏକ ରେକର୍ଡ ହେଇ ରହିଛି । ଦେଶାଇ ପ୍ରଥମ ଥର ୧୯୫୯ ମସିହାରେ ଦେଶର ବଜେଟ୍ ଉପସ୍ଥାପନ କରିଥିଲେ । ଏହାପରେ ସେ ୧୯୫୯ରୁ ୧୯୬୩ ମସିହା ପର୍ୟ୍ୟନ୍ତ ଲଗାତାର ୫ ଥର ପାଇଁ ବଜେଟ୍ ଉପସ୍ଥାପନ କରିଥିଲେ । ଏହାପରେ ୧୯୬୭ରେ ଅନ୍ତରୀଣ ବଜେଟ୍, ସେହି ବର୍ଷ ପୂର୍ଣ୍ଣ ବଜେଟ୍ ମଧ୍ୟ ସେ ଉପସ୍ଥାପନ କରିଥିଲେ । ଏହାପରେ ଯାଇ ୧୯୬୮ ଏବଂ ୧୯୬୯ରେ ଦେଶାଇ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିଥିଲେ ।

ସୂଚନାଯୋଗ୍ୟ ଯେ, ମୋରାର ଜୀ ଦେଶାଇ ୧୧ ଥର ପାଇଁ ବଜେଟ୍ ଉପସ୍ଥାପନ କରିବାର ସୁଯୋଗ ଥିଲା । ହେଲେ ୧୯୬୯ରେ ଇନ୍ଦିରା ଗାନ୍ଧୀ କ୍ୟାବିନେଟରୁ ଇସ୍ତଫା ଦେଇ ଦେଇଥିଲେ । ଆଉ ଏହାପରେ ଇନ୍ଦିରା ଗାନ୍ଧୀ ୧୯୬୯-୭୦ ମସିହାରେ ବଜେଟ୍ ଉପସ୍ଥାପନ କରିଥିଲେ । ମୋରାର ଜୀ ଦେସାଇ ତିନି ଅଲଗା ଅଲଗା ପ୍ରଧାନମନ୍ତ୍ରୀ (ଜବାହାରଲାଲ ନେହେରୁ, ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀ)ଙ୍କ କାର୍ୟ୍ୟକାଳରେ ଅର୍ଥମନ୍ତ୍ରୀ ଭାବେ ବଜେଟ୍ ଉପସ୍ଥାପନ କରିଥିଲେ । ଆଉ ଆଜି ପର୍ୟ୍ୟନ୍ତ ସବୁଠୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ତାଙ୍କ ନାଁରେ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe