କନକ ବ୍ୟୁରୋ: ଆସନ୍ତାକାଲି ହେଉଛି ବର୍ଷର ସବୁଠାରୁ ବଡ଼ ଏକାଦଶୀ  । ଏହି ଦିନ  ନିର୍ଜଳା କରିବାକୁ ପଡିଥାଏ । ନିର୍ଜଳା ଏକାଦଶୀକୁ  ସବୁଠାରୁ  ସର୍ବୋତ୍ତମ ଏକାଦଶୀ ବୋଲି କୁହାଯାଇଥାଏ । ଏହି ଦନରେ ଘରେ ଭୁଲ୍‌ରେ ବି ଏହି ୩ ଟି କାମ କରନ୍ତୁ ନାହିଁ । କୁହାଯାଏ ଯେ, ନିର୍ଜଳା ଏକାଦଶୀ କରୁଥିବା ଲୋକଙ୍କୁ ସମସ୍ତ ପାପରୁ ମୁକ୍ତି ମିଳି ପୂଣ୍ୟ ପ୍ରାପ୍ତି ହୋଇଥାଏ । ଆସନ୍ତୁ ଜାଣିବା ନିର୍ଜଳା ଏକାଦଶୀ ଦିନ କେଉଁ କାମ ବାରଣ କରାଯାଇଛି । ନିର୍ଜଳା ଏକାଦଶୀ ଦିନ ଅନ୍ନ ଭୋଜନ କରନ୍ତୁ ନାହିଁ ।  କାରଣ ଏହି ଦିନରେ ଅନ୍ନ ଭୋଜନ ଖାଇବା ଅଶୁଭ ହୋଇଥାଏ । ଏକାଦଶୀରେ ମଦ୍ୟପାନ କରିବା ଦ୍ବାରା ଭଗବାନ ଶିବ କୋପ କରିଥାନ୍ତି ।

Advertisment

ନିର୍ଜଳା  ଏକାଦଶୀ ଦିନରେ  ତାମସିକ ଭୋଜନରୁ ଦୂରେଇ ରୁହନ୍ତୁ । ଏକାଦଶୀର ନିୟମ ପାଳନ କରନ୍ତୁ । ଏହି ଦିନ ବ୍ରହ୍ମଚର୍ଯ୍ୟ ନିୟମ କରିବା ଉଚିତ୍‌ । ନିର୍ଜଳା ରହି କେବଳ  ଇଶ୍ବରଙ୍କ ପୂଜାପାଠରେ ଧ୍ୟାନ ରଖାଯାଇଥାଏ । କାହା ସହ ଖରାପ ବ୍ୟବହାର, କଟୁ ବଚନ  ନ କୁହନ୍ତୁ । ଏକାଦଶୀ ଦିନ  ପଶୁ-ପକ୍ଷୀଙ୍କ ପାଇଁ ଜଳ ନଶ୍ଚିତ ରଖନ୍ତୁ । ଏଥିରେ ଭଗବାନ  ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ ।  ଏକାଦଶୀ ଦିନ ସ୍ନାନ କରିବା ପରେ ବ୍ରତର ସଂକଳ୍ପ ନିଶ୍ଚିତ ନିଅନ୍ତୁ ଆଉ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ।