କନକ ବ୍ୟୁରୋ: ପ୍ରକାଶ ପାଇଲା ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା। କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କି ଫ୍ରେମୱର୍କ-୨୦୨୫। ତାଲିକାର ଶୀର୍ଷରେ ରହିଛି ଆଇଆଇଟି ମାଦ୍ରାସ। ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଆଇଆଇଏସ୍ ବେଙ୍ଗାଳୁରୁ । ତେବେ ପ୍ରଥମ ୧୦ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇନି ଓଡ଼ିଶାର କୌଣସି ବି ବିଶ୍ବବିଦ୍ୟାଳୟ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ନେଇ ଏହି ଏନଆଇଆରଏଫ ତାଲିକା ପ୍ରସ୍ତୁତ କରିଥାଏ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ। ଦେଶରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, କଲେଜ, ରିସର୍ଚ୍ଚ ସଂସ୍ଥା, ଇନୋଭେସନ୍, ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ, ମୁକ୍ତ ବିଶ୍ବବିଦ୍ୟାଳୟ, ସ୍କିଲ୍ ୟୁନିଭର୍ସିଟି ଆଦି ସବୁ ସଂସ୍ଥାକୁ ମୂଲ୍ୟାଙ୍କନ କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି।
ପ୍ରକାଶ ପାଇଲା ଏନଆଇଆରଏଫ୍ ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକା: ଦିଲ୍ଲୀ ଏମସ୍ ଅଷ୍ଟମ ଓ ନବମ ସ୍ଥାନରେ ଜେଏନୟୁ
Advertisment
Follow Us