ପିଏନବି ବ୍ୟାଙ୍କ ଘୋଟାଲା ମାମଲା, ଆମେରିକାରେ ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହାଲ, ଭାରତ ତରଫରୁ ସିବିଆଇ ଓ ଇଡି ଗିରଫ ପାଇଁ କରାଯାଇଥିଲା ଅନୁରୋଧ

ନୀରବ ମୋଦୀ, ମେହୁଲ ଚୋକସି ମିଳିତ ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଘୋଟାଲା କରିଥିଲେ । ଏହି ଟଙ୍କାକୁ ଲୁଚାଇବାରେ ସେମାନଙ୍କୁ ସହାୟତା କରିଥିଲେ ନେହାଲ ମୋଦୀ । 

SDFFSDFSDFDF

କନକ ବ୍ୟୁରୋ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ଆଉ ଏକ ସଫଳତା । ଆମେରିକାରେ ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ । ଆମେରିକା କୋର୍ଟ ଭାରତର ଇଡି ଓ ସିବିଆଇର ଅନୁରୋଧ କ୍ରମେ ଏହି ଗିରଫ କରିଛି । ନେହାଲ ମୋଦୀଙ୍କ ଜୁଲାଇ ୪ ତାରିଖରେ ଗିରଫ କରାଯାଇଛି । 

ନୀରବ ମୋଦୀ, ମେହୁଲ ଚୋକସି ମିଳିତ ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଘୋଟାଲା କରିଥିଲେ । ଏହି ଟଙ୍କାକୁ ଲୁଚାଇବାରେ ସେମାନଙ୍କୁ ସହାୟତା କରିଥିଲେ ନେହାଲ ମୋଦୀ । 

କହିରଖୁ କି ନେହାଲ ମୋଦୀଙ୍କ ଭାଇ ନୀରବ ମୋଦୀ ଏବେ ବ୍ରିଟେନରେ ରହିଛନ୍ତି । ସେଠାରେ ସେ ପ୍ରତ୍ୟାର୍ପଣ ପ୍ରକ୍ରିୟାର ସାମ୍ନା କରୁଛନ୍ତି । ତାଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଚଳିତ ମାସ ୧୭ ତାରିଖରେ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe