କନକ ବ୍ୟୁରୋ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ଆଉ ଏକ ସଫଳତା । ଆମେରିକାରେ ଗିରଫ ହେଲେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ । ଆମେରିକା କୋର୍ଟ ଭାରତର ଇଡି ଓ ସିବିଆଇର ଅନୁରୋଧ କ୍ରମେ ଏହି ଗିରଫ କରିଛି । ନେହାଲ ମୋଦୀଙ୍କ ଜୁଲାଇ ୪ ତାରିଖରେ ଗିରଫ କରାଯାଇଛି ।
ନୀରବ ମୋଦୀ, ମେହୁଲ ଚୋକସି ମିଳିତ ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଘୋଟାଲା କରିଥିଲେ । ଏହି ଟଙ୍କାକୁ ଲୁଚାଇବାରେ ସେମାନଙ୍କୁ ସହାୟତା କରିଥିଲେ ନେହାଲ ମୋଦୀ ।
କହିରଖୁ କି ନେହାଲ ମୋଦୀଙ୍କ ଭାଇ ନୀରବ ମୋଦୀ ଏବେ ବ୍ରିଟେନରେ ରହିଛନ୍ତି । ସେଠାରେ ସେ ପ୍ରତ୍ୟାର୍ପଣ ପ୍ରକ୍ରିୟାର ସାମ୍ନା କରୁଛନ୍ତି । ତାଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଚଳିତ ମାସ ୧୭ ତାରିଖରେ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/05/afdssfsdfsf-2025-07-05-15-09-59.jpg)