କନକ ବ୍ୟୁରୋ : ରାତି ହେଲେ ଡର ଲାଗୁଛି । ରାଜଧାନୀ ଭୁବନେଶ୍ବରରେ ଡକାୟତି ବଢିବା ପ୍ରସଙ୍ଗରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । କହିଛନ୍ତି,ରାଜଧାନୀରେ ଡ୍ରଗ୍ସ ,ନିଶା ଓ ଚୋରି କରୁଥିବା କ୍ରିମିନାଲଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଥିପାଇଁ ଆମେ ଭୟବିତ ରହୁଛୁ । ଏହାକୁ କିପରି କଣ୍ଟ୍ରୋଲ କରାଯିବ ପ୍ରଶାସନ ଓ ପୋଲିସ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
ନିରଞ୍ଜନଙ୍କ ଆଉ ଏକ ଘରେ ପଶି ଲୁଟ୍ ଉଦ୍ୟମ କରିଛନ୍ତି ଚୋର । ଗତ ରାତି ପ୍ରାୟ ୧୧ଟା ୩୫ରେ ଆଉ ଏକ ଚୋର ପଶିଥିବା ସିସିଟିଭିରେ କଏଦ ହୋଇଛି ଓ ଚୋର ଜଣକ କିଛି ସମୟ ଅନୁଧ୍ୟାନ କରିବା ପରେ ଝରକା ଖୋଲି ଘର ଭିତରେ ପଶିବାକୁ ଉଦ୍ୟମ କରିଥିଲା । ସେହି ସମୟରେ ଘରର ଷ୍ଟାଫ ଦେଖିଦେବାରୁ ଦୌଡିବାକୁ ଆରମ୍ଭ କରିଥିଲା । ତେବେ ଅଭିଯୁକ୍ତ ଚୋରକୁ ପୁଲିସ କାବୁ କରି ଥାନାକୁ ନେଇ ପଚରା ଉଚରା ଚଲାଇଛି । ଗତ ୨୫ ତାରିଖ ତାରିଖରେ ନିରଞ୍ଜନ ପଟ୍ଟନାୟକଙ୍କ ନୟାପଲ୍ଲୀ ଆଇଆରସି ଭିଲେଜସ୍ଥିତ ଘରୁ ବଡ଼ଧରଣର ଡକାୟତି ହୋଇଥିଲା । ତାଙ୍କର ଉପର ଘରୁ ଆଲମିରାର ଲକର ଭାଙ୍ଗି ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ୩ଟି ଘର ଛାଡି ଏନ୍-୨୫ରେ ଚୋର ପୁଣି ଲୁଟ ପାଇଁ ପ୍ଲଟ ତିଆରି କରୁଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ନୟାପଲ୍ଲୀ ଅଞ୍ଚଳର ଥିବା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଳାକନା ବୁଲାଇଛି ଚୋର ।