ଆରପାରିରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ : ଆଜି ପୁରୀ ସ୍ବର୍ଗଦ୍ବାରରେ ହେବ ଶେଷକୃତ୍ୟ

Advertisment

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ  ନିରଞ୍ଜନ ରଥ ଙ୍କର ଗୁରୁବାର ରାତି ୧୧ଟା ସମୟରେ କଟକର ସ୍ଥାନୀୟ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି  ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ  ନିରଞ୍ଜନ ରଥ ଙ୍କର ଗୁରୁବାର ରାତି ୧୧ଟା ସମୟରେ କଟକର ସ୍ଥାନୀୟ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି  ।

NIRANJAN RATH

Photograph: (KANAKNEWS)

କନକବ୍ୟୁରୋ :  ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ  ନିରଞ୍ଜନ ରଥ ଙ୍କର ଗୁରୁବାର ରାତି ୧୧ଟା ସମୟରେ କଟକର ସ୍ଥାନୀୟ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି  ।  ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା  ।  ଚାରିଦିନ ତଳେ ଭୀଷଣ ଜ୍ଵର , କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ ସାହି ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ଜରିଆରେ ଚିକିତ୍ସା କରାଯାଉଥିଲା ।  ଗତ ରାତିରେ ତାଙ୍କ ମର ଶରୀରକୁ ମେଡିକାଲରେ ସଂରକ୍ଷିତ କରାଯାଇଥିଲା  ।  ଆଜି ପାର୍ଥିବ ଶରୀରକୁ କୁ ଆଠଗଡ଼ ସ୍ଥିତ ତାଙ୍କ ପୈତୃକ ଗ୍ରାମ ରାଧାନାଥପୁର ଶାସନକୁ ନିଆଯିବ ।

ସେଠାରୁ ମୃତ ଦେହକୁ ଆଠଗଡ଼ସ୍ଥିତ ମାଧପୁରର ଜିମ୍‌ସାର ନିଆଯିବ ।  ପରେ ବକ୍ସିବଜାର ସ୍ଥିତି ଗୋପବନ୍ଧୁ ଭବନ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟ ପରିସରକୁ ଅଣାଯାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ ।   ପରେ ସେଠାରୁ ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି । ସେ ଏକାଧାରରେ ଜଣେ ଲେଖକ, ସଂଗଠକ ତଥା ସମାଜସେବୀ ଥିଲେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe