କନକବ୍ୟୁରୋ : ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥ ଙ୍କର ଗୁରୁବାର ରାତି ୧୧ଟା ସମୟରେ କଟକର ସ୍ଥାନୀୟ ଏକ ଘରୋଇ ନର୍ସିଂହୋମ୍ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଚାରିଦିନ ତଳେ ଭୀଷଣ ଜ୍ଵର , କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ଥୋରିଆ ସାହି ସ୍ଥିତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ପରିସ୍ଥିତି ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ଜରିଆରେ ଚିକିତ୍ସା କରାଯାଉଥିଲା । ଗତ ରାତିରେ ତାଙ୍କ ମର ଶରୀରକୁ ମେଡିକାଲରେ ସଂରକ୍ଷିତ କରାଯାଇଥିଲା । ଆଜି ପାର୍ଥିବ ଶରୀରକୁ କୁ ଆଠଗଡ଼ ସ୍ଥିତ ତାଙ୍କ ପୈତୃକ ଗ୍ରାମ ରାଧାନାଥପୁର ଶାସନକୁ ନିଆଯିବ ।
ସେଠାରୁ ମୃତ ଦେହକୁ ଆଠଗଡ଼ସ୍ଥିତ ମାଧପୁରର ଜିମ୍ସାର ନିଆଯିବ । ପରେ ବକ୍ସିବଜାର ସ୍ଥିତି ଗୋପବନ୍ଧୁ ଭବନ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟ ପରିସରକୁ ଅଣାଯାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯିବ । ପରେ ସେଠାରୁ ପୁରୀ ସ୍ଵର୍ଗଦ୍ଵାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି । ସେ ଏକାଧାରରେ ଜଣେ ଲେଖକ, ସଂଗଠକ ତଥା ସମାଜସେବୀ ଥିଲେ ।