ପରଲୋକରେ ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ । ନିରଞ୍ଜନଙ୍କ ଦେହାନ୍ତରେ ପୋଲସରାରେ ଶୋକର ଛାୟା

Advertisment

ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ମୃତ୍ୟୁ ହୋଇଛି ।

ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ମୃତ୍ୟୁ ହୋଇଛି ।

Niranjan

କନକ ବ୍ୟୁରୋ : ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଏକାଧିକ ବ୍ରେନ୍ ହାମରେଜ୍ ସହ ବିଭିନ୍ନ ଜାଗାରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ ଦୀପକ ପ୍ରଧାନ । ଏହାସହ ମଧୁମେହ ରୋଗରେ ବି ସେ ପୀଡ଼ିତ ରହିଥିଲା । ଅଧିକ ବୟସ ଯୋଗୁ ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା । 

ସେଥିପାଇଁ ଗତ ମାସ ୩ ତାରିଖରୁ ତାଙ୍କର ହସ୍ପିଟାଲରେ ସ୍ଵତନ୍ତ୍ର ଚିକିତ୍ସା ଚାଲିଥିଲା । ମୃତ୍ୟୁ ପରେ ଆଜି ସକାଳେ ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ କୋଦଳା ଓ ତାପରେ ପୋଲସରା ନିଆଯିବ । ସେଠାରୁ ନିଜ ଜନ୍ମମାଟିକୁ ତାଙ୍କୁ ନିଆଯିବ ଆଉ ସେଠାରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଦୀପକ ପ୍ରଧାନ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe