କନକ ବ୍ୟୁରୋ : ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ। ଅସୁସ୍ଥ ହୋଇ ପ୍ରାୟ ଗୋଟେ ମାସ ହେବ ଚିକିତ୍ସିତ ହେଉଥିଲେ । ଗୁରୁବାର ଚିକିତ୍ସିତ ଅବସ୍ଥାରେ ୬୭ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଏକାଧିକ ବ୍ରେନ୍ ହାମରେଜ୍ ସହ ବିଭିନ୍ନ ଜାଗାରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ ଦୀପକ ପ୍ରଧାନ । ଏହାସହ ମଧୁମେହ ରୋଗରେ ବି ସେ ପୀଡ଼ିତ ରହିଥିଲା । ଅଧିକ ବୟସ ଯୋଗୁ ଅଧିକ ଦିନ ପର୍ଯ୍ୟନ୍ତ ଚିକିତ୍ସା ଚାଲିଥିଲା ।
ସେଥିପାଇଁ ଗତ ମାସ ୩ ତାରିଖରୁ ତାଙ୍କର ହସ୍ପିଟାଲରେ ସ୍ଵତନ୍ତ୍ର ଚିକିତ୍ସା ଚାଲିଥିଲା । ମୃତ୍ୟୁ ପରେ ଆଜି ସକାଳେ ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ କୋଦଳା ଓ ତାପରେ ପୋଲସରା ନିଆଯିବ । ସେଠାରୁ ନିଜ ଜନ୍ମମାଟିକୁ ତାଙ୍କୁ ନିଆଯିବ ଆଉ ସେଠାରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଦୀପକ ପ୍ରଧାନ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/xxFRp7HQ8oCMkVI10Gcx.jpg)