କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ବହିଷ୍କାର ପ୍ରସଙ୍ଗରେ ମୁହଁ ଖୋଲିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ , କଂଗ୍ରେସ ଦଳ ଏବେ ରାଜ୍ୟରେ ଦୁର୍ବଳ ରହିଛି । ଦୁର୍ବଳ ଦଳକୁ ସବଳ କରିବାକୁ ଆମକୁ ଉଦ୍ୟମ କରିବାକୁ ପଡିବ । ମହମ୍ମଦ ମୋକିମ ନୁହେଁ ଯିଏ ବି ଦଳରୁ ଚାଲିଗଲେ, ଏହା ଦଳ ପାଇଁ କ୍ଷତି । ଦଳରେ ମୋକିମ ବାବୁଙ୍କ ଭଳି ନେତାଙ୍କ ଆବଶ୍ୟକତା ରହିଛି , ଏହାକୁ ଅଣଦେଖା କରି ହେବନାହିଁ । କିନ୍ତୁ କୌଣସି ବି ନେତା ସୀମାପାର ବିଶୃଙ୍ଖଳା କରିବା ଉଚିତ ନୁହେଁ । ନୂଆପଡ଼ା ଉପନିର୍ବାଚନ ପରେ ଯେଉଁ ବିଭୀଷଣ କଥା କୁହାଗଲା, ହୁଏ ତ ମୋକିମ ବାବୁଙ୍କୁ ଏହା କଷ୍ଟ ଦେଇପାରିଥାଏ , ସେଥିପାଇଁ ସିଏ ଅସନ୍ତୋଷରେ ରହିଥିଲେ । ନେତାଙ୍କ ମନରୁ ଅସନ୍ତୋଷ ଦୂର କରିବା ଦଳର କର୍ତ୍ତବ୍ୟ । ମୋକିମଙ୍କ ପ୍ରତି ନ୍ୟାୟ ହୋଇଛି କି ଅନ୍ୟୟ ତାହା ମୁଁ କିହିପାରିବି ନାହିଁ । ଓଡ଼ିଶାରେ କଂଗ୍ରେସ ଦଳକୁ ମଜବୁତ କରିବାକୁ ଗୋଟିଏ ମୋକିମ ନୁହେଁ ଅନେକ ମୋକିମଙ୍କ ଆବଶ୍ୟକତା ରହିଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।
ଅଧିକ ପଢ଼ନ୍ତୁ--ମୋକିମଙ୍କୁ ତଡ଼ିଲା କଂଗ୍ରେସ, ଆଗକୁ କେଉଁ ଦଳ?
ସେପଟେ ପ୍ରଦେଶ କଂଗ୍ରେସ କମିଟି ପ୍ରେସମିଟ କରି ମହମ୍ମଦ ମୋକିମଙ୍କ ବହିଷ୍କାର ପ୍ରସଙ୍ଗକୁ ନେଇ ସୂଚନା ଦେଇଛନ୍ତି ମିଡ଼ିଆ ସେଲ ସଭାପତି ଅରବିନ୍ଦ ଦାସ । କହିଛନ୍ତି, ସୋନିଆ ଗାନ୍ଧୀଙ୍କୁ ମହମ୍ମଦ ମୋକିମ ଚିଠି ଲେଖିଥିଲେ । ଚିଠି ଲେଖିବା ସମୟ ସ୍ପଷ୍ଟ କରିଛି, ମୋକିମଙ୍କ ଉଦ୍ଦେଶ୍ୟ ଦଳକୁ ସୁଦୃଢ କରିବା ପାଇଁ ନୁହେଁ । ସେ ଚିଠିରେ ନିରାଧାର ଅଭିଯୋଗ ଆଣିଥିଲେ। କଂଗ୍ରେସରେ ରହି କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ, ଟାହି ଟାପରା କରି ନିଜ ଉପରେ କାର୍ଯ୍ୟାନୁଷ୍ଠାନକୁ ନିମନ୍ତ୍ରଣ କରିଥିଲେ । ଏହି ନିଷ୍ପତ୍ତି ଆଦୌ ଅପ୍ରତ୍ୟାଶିତ ନଥିଲା ବୋଲି କହିଛନ୍ତି ଅରବିନ୍ଦ ଦାସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/15/niranjan-pattanaik-2025-12-15-15-23-07.jpg)